ନ୍ୟୁଜ ଡେକ୍ସ : ବାଂଲାଦେଶରେ ଏବେ ଏକ ଅଦ୍ଭୁତ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ ଏବଂ ତାଙ୍କ ଭଳି କେଶ ଥିବା ଏକ ବିରଳ ଆଲବିନୋ ଧଳା ମଇଁଷିକୁ ବଳି ଦିଆଯିବା ପୂର୍ବରୁ ଶେଷ ମୁହୂର୍ତ୍ତରେ ବଞ୍ଚାଇ ଦିଆଯାଇଛି।
ଇଦ୍-ଉଲ୍-ଅଜା ଅବସରରେ ଏହି ପ୍ରାଣୀଟିକୁ ବଳି ଦେବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବାଂଲାଦେଶ ସରକାର ହସ୍ତକ୍ଷେପ କରି ଏହାକୁ ସୁରକ୍ଷିତ ଭାବେ ଢାକାସ୍ଥିତ ଜାତୀୟ ଚିଡ଼ିଆଖାନାକୁ ସ୍ଥାନାନ୍ତର କରିଛନ୍ତି।ପ୍ରାୟ ୭୦୦ କେଜି ଓଜନର ଏହି ବିରଳ ମଇଁଷିର ମୁଣ୍ଡରେ ସୁନେଲି ରଙ୍ଗର କେଶ ରହିଛି, ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ହେୟାରଷ୍ଟାଇଲ୍ ସହ ମେଳ ଖାଉଥିବାରୁ ଏହାର ନାମ ‘ଡୋନାଲ୍ଡ ଟ୍ରମ୍ପ’ ରଖାଯାଇଥିଲା।
ଫାର୍ମ ମାଲିକଙ୍କ ଭାଇ ଏହି ନାମକରଣ କରିଥିବା ଜଣାପଡ଼ିଛି।ସୋସିଆଲ ମିଡିଆରେ ମଇଁଷିର ଭିଡିଓ ଭାଇରାଲ ହେବା ପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। କ୍ରମେ ଏହି ବିରଳ ପ୍ରାଣୀଟି ଇଣ୍ଟରନେଟ୍ରେ ଏକ ବଡ଼ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲା।

