Wed. Jun 3rd, 2026

ନ୍ୟୁଜ ଡେକ୍ସ : ଆୟୂଷ୍ମାନ କାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ସୁବିଧା ଘୋଷଣା କରିଛନ୍ତି। ଆୟୂଷ୍ମାନ କାର୍ଡକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ହସ୍ପିଟାଲରେ ରୋଗୀ ଆଡମିଟ୍ ହେବା ପୂର୍ବରୁ ଆବଶ୍ୟକୀୟ ସମସ୍ତ ମେଡିକାଲ ପରୀକ୍ଷା ଆୟୂଷ୍ମାନ କାର୍ଡ ମାଧ୍ୟମରେ କରାଯିବ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ଯେଉଁ ସମସ୍ତ ମେଡିକାଲ ଟେଷ୍ଟ କରାଯିବ, ସେଗୁଡ଼ିକୁ ଆୟୂଷ୍ମାନ ପ୍ୟାକେଜରେ ସାମିଲ କରାଯିବ। ଏହା ଦ୍ୱାରା ରୋଗୀମାନେ ଅତିରିକ୍ତ ଆର୍ଥିକ ଭାରରୁ ମୁକ୍ତି ପାଇବେ ଏବଂ ଚିକିତ୍ସା ପ୍ରକ୍ରିୟା ଅଧିକ ସୁଗମ ହେବ।ସେ ଆହୁରି କହିଛନ୍ତି ଯେ, ଆୟୂଷ୍ମାନ ଯୋଜନା ସମ୍ବନ୍ଧୀୟ ନୂତନ ଗାଇଡ୍‌ଲାଇନ୍‌କୁ ସମସ୍ତ ହସ୍ପିଟାଲ ନିୟମିତ ଭାବେ ପାଳନ କରିବାକୁ ପଡ଼ିବ।

କୌଣସି ହସ୍ପିଟାଲ ଯଦି ନିୟମ ଉଲ୍ଲଂଘନ କରେ କିମ୍ବା ଗାଇଡ୍‌ଲାଇନ୍‌ ମାନିବାରେ ବିଫଳ ହୁଏ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାରଙ୍କ ଏହି ପଦକ୍ଷେପ ଆୟୂଷ୍ମାନ ଯୋଜନାର ସ୍ୱଚ୍ଛତା ଓ କାର୍ଯ୍ୟକାରିତା ବୃଦ୍ଧି ସହିତ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *