ନ୍ୟୁଜ ବ୍ୟୁରୋ: ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇଙ୍କୁ ନେଇ ଆସିଛି ବଡ ଖବର। ଆଗରୁ ଚଲେଇଥିଲେ ଅଣ୍ଡରଗ୍ରାଉଣ୍ଡ ଶାସନ ଏବେ କିନ୍ତୁ ନେତା ହୋଇ କରିବେ ସିଧା ସିଧା ଶାସନ। ଛାଡ଼ିବେ ଗୁଣ୍ଡା ଗିର୍ଦି ଅପନେଇବେ ରାଜନୀତି। ଲୋକଙ୍କୁ ମାରୁଥିବା ଗୁଣ୍ଡା ରାଜନେତା ହୋଇ ଏବେ ଦେବେ ସୁରକ୍ଷା। ସେପଟେ ଭୟରେ ଥରହର ହେଲେଣି ନେତାଙ୍କ ଠୁଁ ଜନତା। ନେତାଙ୍କର ସାହସ ନାହିଁ ଲରେନ୍ସଙ୍କ ବିପକ୍ଷରେ ଲଢ଼ିବାକୁ।
ସେପଟେ ଯଦି ଲରେନ୍ସ ନେତା ହୁଅନ୍ତି ସୁରକ୍ଷା ଦେବେ ନା ଭୟଭୀତ କରାଇ ଜନତାଙ୍କୁ ଲୁଟ ନେବେ ସେ ଭୟରେ ଜନତା। କାହାର ସାହାସ ନାହିଁ ଲରେନ୍ସଙ୍କ ବିପକ୍ଷରେ ଯିବାକୁ । ଲରେନ୍ସ ନିର୍ବାଚନ ଲଢ଼ିଲେ ଭୟରେ ଜନତା ଦେବେ ଭୋଟ ନିର୍ଭିକରେ ଲରେନ୍ସ ହାସଲ କରିବେ ବିଜୟ। ତେବେ ଏହି ଭିତରେ ଆସନ୍ତୁ ଜାଣିବା କେଉଁଠୁ ଆଉ କେଉଁ ଦଳ ପାଇଁ ଲଢ଼ିବାକୁ ଯାଉଛନ୍ତି ଗ୍ୟାଙ୍ଗ ଷ୍ଟାର ଲରେନ୍ସ। କଣ ରହିଛି ପୁରା ଖବର । ତେବେ ମହାରାଷ୍ଟ୍ରରରେ ନିର୍ବାଚନ ଲଢ଼ି ପାରନ୍ତି ଲରେନ୍ସ । ହଁ ଆଜ୍ଞା ମହାରାଷ୍ଟ୍ରର ଏକ ଦଳ ଲରେନ୍ସ ବିଷ୍ଣୋଇର ନାମାଙ୍କନ ପାଇଁ ରିଟର୍ଣ୍ଣିଂ ଅଫିସରଙ୍କୁ ଫର୍ମ ମାଗିଛି।ବାନ୍ଦ୍ରା ପଶ୍ଚିମ ବିଧାନସଭା ଅଞ୍ଚଳ ପାଇଁ ରିଟର୍ଣ୍ଣିଂ ଅଧିକାରୀଙ୍କୁ ଲେଖା ଯାଇଥିବା ଚିଠିରେ ଉତ୍ତର ଭାରତୀୟ ବିକାଶ ସେନା ପାର୍ଟି ଏହି ଫର୍ମ ପାଇଁ ଦାବି କରିଛି। ପାର୍ଟି ନିଜର ପତ୍ରରେ ଲେଖିଛି ଯେ, ଆମେ ରାଷ୍ଟ୍ରୀୟ ଓ ମହାରାଷ୍ଟ୍ର ରାଜ୍ୟ ପଞ୍ଜୀକୃତ ରାଜନୀତିକ ଦଳ ଏବଂ ପାର୍ଟିର ଅଧ୍ୟକ୍ଷ ଭାବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ରେ ଆମର ପ୍ରାର୍ଥୀଙ୍କ ପାଇଁ ଫର୍ମ – ଏ ଓ ଫର୍ମ – ବି ଜାରି କରିବା ପାଇଁ ଅଧିକୃତ।ଚି ଠିରେ ଆହୁରି କୁହାଯାଇଛି ଯେ, ଆମେ ନିଜର ପ୍ରାର୍ଥୀ ବଲକରଣ ବରାଡ (ଲରେନ୍ସ ବିଷ୍ଣୋଇ)ଙ୍କୁ ପ୍ରାର୍ଥୀ ଫର୍ମ ଜାରି କରିବାର ଅନୁରୋଧ କରୁଛୁ।
ବାନ୍ଦ୍ରା ପଶ୍ଚିମ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଆଚାର ସଂହିତାର ରୁଲ୍ସ ଓ ରେଗୁଲେସନ୍ସ ଅନୁସାରେ , ଆମେ ଏଥିପାଇଁ ପେମେଣ୍ଟ କରିବା ପାଇଁ ପ୍ରସ୍ତୁତ। ଲରେନ୍ସ ବିଷ୍ଣୋଇଙ୍କ ପାଇଁ ନୋମିନେସନ ଫର୍ମର ଦାବି କରୁଥିବା ଏହି ଲେଟର ଉତ୍ତର ଭାରତୀୟ ବିକାଶ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଣ୍ଡିତ ସୁନିଲ ଶୁକ୍ଳାଙ୍କ ପକ୍ଷରୁ ଲେଖା ଯାଇଛି। ଏଥିରେ ପାର୍ଟିର ମୋହର ମଧ୍ୟ ଲାଗିଛି। ହେଲେ ଏବେସୁଦ୍ଧା ଏହା ସ୍ପଷ୍ଟ ହୋଇ ନାହିଁ ଯେ, ନିର୍ବାଚନ ଆୟୋଗ ପକ୍ଷରୁ ଲରେନ୍ସ ବିଷ୍ଣୋଇକୁ ଏ ଓ ବି ଫର୍ମ ଦିଆଯିବ ନା ନାହିଁ। ତେବେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏହି ସମୟରେ ଗୁଜରାଟର ସାବରମତି ଜେଲ୍ରେ ବନ୍ଦୀ ଥିବା ବେଳେ ଉତ୍ତର ଭାରତୀୟ ବିକାଶ ସେନା ପାର୍ଟିର ରିଟର୍ଣ୍ଣିଂ ଅଫିସରଙ୍କୁ ଲରେନ୍ସ ପାଇଁ ପ୍ରାର୍ଥପତ୍ର ଜାରି କରିବା ଖବର ସେପଟେ ପ୍ରସାରିତ ହେଲା ପରେ ଭୟରେ ନେତା ଓ ଜନତା।
