ନ୍ୟୁଜ ଡେକ୍ସ : ପ୍ରଥମ ସିନେମା ‘ଏହି ଆକାଶ ତଳେ’ରେ ନିଜର ସୁନ୍ଦର ଅଭିନୟ ପାଇଁ କିଟ୍ର ଛାତ୍ରୀ ସମର୍ପିତା ଦାଶ ରାଜ୍ୟର ସ୍ୱତନ୍ତ୍ର ଜୁରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତରୁ ସେ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି।ପୁରସ୍କାର ପାଇବା ପରେ ସମର୍ପିତା ନିଜର ଖୁସି ପ୍ରକାଶ କରି କହିଛନ୍ତି ଯେ, ପ୍ରଥମ ସିନେମାରେ ଅଭିନୟ କରି ରାଜ୍ୟ ପୁରସ୍କାର ପାଇବେ ବୋଲି ସେ କେବେ ଭାବି ନଥିଲେ। ଏହି ସମ୍ମାନ ତାଙ୍କ ପାଇଁ ଏକ ସ୍ୱପ୍ନ ସାକାର ହେବା ସଦୃଶ ବୋଲି ସେ କହିଛନ୍ତି।
ଏହି ସଫଳତା ପାଇଁ ସେ ନିଜ ସିନେମାର ସମସ୍ତ ସହଯୋଗୀ, ଅଭିଭାବକ ଏବଂ କିଟ୍କୁ ଶ୍ରେୟ ଦେଇଛନ୍ତି। ଏହି ସମ୍ମାନ ତାଙ୍କୁ ଆଗାମୀ ଦିନରେ ଆହୁରି ଭଲ କାମ କରିବା ପାଇଁ ପ୍ରେରଣା ଓ ଉତ୍ସାହ ଯୋଗାଇବ ବୋଲି ସମର୍ପିତା ପ୍ରକାଶ କରିଛନ୍ତି।

