ନ୍ୟୁଜ ଡେକ୍ସ : ବାର୍ଷିକ ରଥଯାତ୍ରା ଅବସରରେ ଭକ୍ତ ଓ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ମହାରାଷ୍ଟ୍ରର ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଏକ ଯୋଡ଼ା ରଥଯାତ୍ରା ସ୍ପେଶାଲ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଦିଷ୍ଟ ତାରିଖରେ ଏହି ସ୍ପେଶାଲ ଟ୍ରେନ୍ ସେବା ଉପଲବ୍ଧ ହେବ।ଟ୍ରେନ୍ ନଂ ୦୮୮୦୧ ଗୋନ୍ଦିଆ ଜଙ୍କସନ-ପୁରୀ ରଥଯାତ୍ରା ସ୍ପେଶାଲ ଏକ୍ସପ୍ରେସ ୦୨ ଜୁଲାଇ, ୦୯ ଜୁଲାଇ, ୧୬ ଜୁଲାଇ ଏବଂ ୨୯ ଜୁଲାଇ ୨୦୨୬ରେ ଅପରାହ୍ନ ୧ଟା ୩୦ ମିନିଟରେ ଗୋନ୍ଦିଆ ଜଙ୍କସନରୁ ଛାଡ଼ିବ।
ଟ୍ରେନ୍ ପରଦିନ ସକାଳ ୧୦ଟାରେ ପୁରୀରେ ପହଞ୍ଚିବ।ସେହିପରି ଟ୍ରେନ୍ ନଂ ୦୮୮୦୨ ପୁରୀ-ଗୋନ୍ଦିଆ ଜଙ୍କସନ ରଥଯାତ୍ରା ସ୍ପେଶାଲ ଏକ୍ସପ୍ରେସ ୦୩ ଜୁଲାଇ, ୧୦ ଜୁଲାଇ, ୧୭ ଜୁଲାଇ ଏବଂ ୩୦ ଜୁଲାଇ ୨୦୨୬ରେ ଦିନ ୧ଟାରେ ପୁରୀରୁ ଯାତ୍ରା ଆରମ୍ଭ କରିବ। ଏହା ପରଦିନ ସକାଳ ୭ଟାରେ ଗୋନ୍ଦିଆ ଜଙ୍କସନରେ ପହଞ୍ଚିବ।ଉଭୟ ଦିଗରେ ଚଳାଚଳ କରୁଥିବା ଏହି ସ୍ପେଶାଲ ଟ୍ରେନ୍ ଡ଼ୋଙ୍ଗରଗଡ଼, ରାଜନନ୍ଦଗାଁ, ଦୁର୍ଗ, ରାୟପୁର, ଲାଖୋଲି, ଖରିଆର ରୋଡ଼, କଣ୍ଟାବାଞ୍ଜି, ଟିଟିଲାଗଡ଼, ବଲାଙ୍ଗୀର, ବରଗଡ଼ ରୋଡ଼, ସମ୍ବଲପୁର, ଅନୁଗୁଳ, ତାଳଚେର ରୋଡ଼, ଢେଙ୍କାନାଳ, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ରହଣି କରିବ।
ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ନିଜ ଯାତ୍ରା ପୂର୍ବରୁ ସମୟସୂଚୀ ଯାଞ୍ଚ କରି ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। ଟ୍ରେନ୍ ସମ୍ବନ୍ଧୀୟ ସର୍ବଶେଷ ସୂଚନା ପାଇଁ ଯାତ୍ରୀମାନେ ଜାତୀୟ ଟ୍ରେନ୍ ଅନୁସନ୍ଧାନ ବ୍ୟବସ୍ଥା (ଏନ୍ଟିଇଏସ୍) କିମ୍ବା ରେଳବାଇର ଅଧିକୃତ ସେବା ମାଧ୍ୟମରେ ସୂଚନା ଯାଞ୍ଚ କରିପାରିବେ।

