ନ୍ୟୁଜ ଡେକ୍ସ : ଅଯୋଧ୍ୟା ରାମମନ୍ଦିର ପରେ ଏବେ ବଦ୍ରିନାଥ ଧାମରେ ଦାନ ଅର୍ଥ ଆତ୍ମସାତ୍ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି। ଏହି ଅଭିଯୋଗର ତଦନ୍ତ ପାଇଁ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (ବିକେଟିସି) ପକ୍ଷରୁ ଏକ ସ୍ୱତନ୍ତ୍ର ତଦନ୍ତ କମିଟି ଗଠନ କରାଯାଇଛି।
କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ସହ ଜଡିତ ଏହି ସମ୍ବେଦନଶୀଳ ମାମଲାରେ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିକେଟିସି ପ୍ରଶାସନ ସ୍ପଷ୍ଟ କରିଛି।ସମ୍ପ୍ରତି ଅଯୋଧ୍ୟା ରାମମନ୍ଦିରରେ ଦାନ ଅର୍ଥ ତୋସରପାତ ଅଭିଯୋଗ ପରେ ଟ୍ରଷ୍ଟର କେତେକ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ବେଳେ ଅନେକ କର୍ମଚାରୀ ଇସ୍ତଫା ଦେଇଥିଲେ।
ଏହା ପରେ ଦେଶର ପ୍ରମୁଖ ମନ୍ଦିରଗୁଡ଼ିକର ପାଣ୍ଠି ପରିଚାଳନାରେ ସ୍ୱଚ୍ଛତା ଆଣିବାକୁ ଦାବି ଜୋର ଧରିଛି।ଏହି ପରିପ୍ରେକ୍ଷୀରେ ବଦ୍ରିନାଥ ଧାମରେ ଆସିଥିବା ଅଭିଯୋଗକୁ ମନ୍ଦିର ପ୍ରଶାସନ ଗୁରୁତ୍ୱର ସହ ନେଇଛି। ତଦନ୍ତ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ କୌଣସି ଅସତ୍ୟ ଗୁଜବକୁ ବିଶ୍ୱାସ ନକରିବାକୁ ଶ୍ରଦ୍ଧାଳୁ ଏବଂ ସାଧାରଣ ଜନତାଙ୍କୁ ବିକେଟିସି ପକ୍ଷରୁ ଅନୁରୋଧ କରାଯାଇଛି।

