Mon. Dec 23rd, 2024

ନ୍ୟୁଜ ଡେକ୍ସ: ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି। ଏକ ସର୍ବେକ୍ଷେଣରୁ ଜଣାପଡ଼ିଛି ଯେ ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି। ଏହି ବାୟୁ ପ୍ରଦୂଷଣ ହେତୁ ଦିଲ୍ଲୀର ପ୍ରାୟ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା, କାଶ ସମେତ ବିଭିନ୍ନ ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି।

ଜାତୀୟ ରାଜଧାନୀରେ ଦୀପାବଳି ରାତିରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ସର୍ବାଧିକ ୯୯୯ରେ ପହଞ୍ଚିଛି। ଯାହା ଏବର୍ଷର ସବୁଠାରୁ ଅଧିକ ବୋଲି କୁହାଯାଉଛି। ଡିଜିଟାଲ୍ ପ୍ଲାଟଫର୍ମ ‘ଲୋକାଲ୍ ସର୍କଲ୍’ ଦ୍ୱାରା କରାଯାଇଥିବା ଏହି ସର୍ବେକ୍ଷଣରେ ଦିଲ୍ଲୀ-ଏନସିଆରର ପ୍ରାୟ ୨୧ ହଜାରରୁ ଅଧିକ ଲୋକଙ୍କ ପ୍ରତିକ୍ରିୟା ସଂଗ୍ରହ କରାଯାଇଥିଲା। ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ୬୨ ପ୍ରତିଶତ ପରିବାରରେ ଏକାଧିକ ସଦସ୍ୟଙ୍କ ଆଖିରେ ଜଳାପୋଡ଼ା ହେଉଛି, ସେହିଭଳି ୪୬ ପ୍ରତିଶତ ପରିବାରରେ ସଦସ୍ୟଙ୍କର ନାକ ବନ୍ଦ ହୋଇ ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବା ଜଣାପଡ଼ିଛି।

ଅନୁସନ୍ଧାନରୁ ଆହୁରି ବି ଜଣାପଡିଛି ଯେ ୬୨% ପରିବାରରେ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ଜଣେ କିମ୍ବା ଅଧିକ ସଦସ୍ୟ ଆଖି ଜଳିବା ପରି ସମସ୍ୟା ଅନୁଭବ କରୁଥିବାବେଳେ ୪୬% ଲୋକ ନାକ ପୋଡ଼ା ଅନୁଭବ କରିଛନ୍ତି। ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିବା ୩୧ ପ୍ରତିଶତ ଉତ୍ତରଦାତା ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରୁଥିବା ବ‌େଳେ ୩୧ ପ୍ରତିଶତଙ୍କ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇଛି। ପ୍ରାୟ ୨୩ ପ୍ରତିଶତ ବିବ୍ରତ ଅନୁଭବ କରିଥିବା ବେଳେ ୧୫ ପ୍ରତିଶତ ବ୍ୟକ୍ତି ଶୋଇବାରେ ଅସୁବିଧା ଅନୁଭବ କରୁଥିବା କହିଛନ୍ତି। ସେହିପରି ୩୧ ପ୍ରତିଶତ ବ୍ୟକ୍ତି କୌଣସି ଅସୁବିଧା ଅନୁଭବ କରିନଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *