ନ୍ୟୁଜ ଡେକ୍ସ: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ପରେ ଦେହ ମିଳିବାର ୮୭ଦିନ ପରେ ସ୍ଥାନୀୟ କୋର୍ଟ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଯଦିଓ ସଞ୍ଜୟ ରାୟ ଏହି ମାମଲାରେ ନିଜକୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି, ତଥାପି ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।
ଏହି ମାମଲାର ଦୈନିକ ଶୁଣାଣି ନଭେମ୍ବର ୧୧ରୁ ହେବ ବୋଲି ସିଆଲଦା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଭିଯୁକ୍ତ ସଞ୍ଜୟ ନିଜକୁ ନିର୍ଦ୍ଦୋଷ ବୋଲି କହିଛି। ତାକୁ ରାଜ୍ୟ ସରକାର ଏହି ମାମଲାରେ ଫସାଇ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛି। ଖାଲି ଏତିକି ନୁହେଁ ଏନେଇ ବାରମ୍ବାର ସେ କହିବାକୁ ଚାହିଁଥିଲେ ବି କହିବାକୁ ଦିଆଯାଇନି। ତାଙ୍କ ବିଭାଗ ବି ତାଙ୍କୁ ଟଙ୍କା ଦେଇ ଚୁପ୍ ରହିବାକୁ ଚାପ ପକାଇଛନ୍ତି ବୋଲି କହିଛି ସଞ୍ଜୟ। RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତର ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ ହେଇଛି ସଞ୍ଜୟ ରାୟ।
କୋଲକତା ପୋଲିସରେ ସିଭିକ୍ ଭଲିଣ୍ଟିଅର ଥିବା ସଞ୍ଜୟ ବ୍ୟତୀତ ଆଉ କାହାରିକୁ ଗିରଫ କରିନି କୋଲକାତା ପୁଲିସ କିମ୍ବା ମାମଲାରେ ଏବେ ତଦନ୍ତ କରୁଥିବା ସିବିଆଇ। ଆଉ ଏହାରି ଭିତରେ ସଞ୍ଜୟର ଏଭଳି ବୟାନ ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି। ସେହିପରି ଏହି ମାମଲାରେ ସିବିଆଇ ମଧ୍ୟ ସଞ୍ଜୟ ରାୟ ଛଡା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ନେଇ ତଦନ୍ତ କରୁନାହିଁ। ଆଉ ଏହାରି ଭିତରେ ସଞ୍ଜୟର ଏଭଳି ବୟାନ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଅନ୍ୟପଟେ ମାମଲାର ତଦନ୍ତ ରାଜ୍ୟ ବାହାରେ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ।