ନ୍ୟୁଜ ଡେକ୍ସ: ଉଇକିପିଡ଼ିଆକୁ କେନ୍ଦ୍ର ସରକାର ଏକ ନୋଟିସ ପଠାଇଛନ୍ତି । ଏହି ବିଜ୍ଞପ୍ତିରେ କେନ୍ଦ୍ର ସରକାର ଲେଖିଛନ୍ତି ଯେ, ଉଇକିପିଡ଼ିଆ ଦ୍ବାରା ପ୍ରଦାନ କରାଯାଇଥିବା ସୂଚନାରେ ଏକପାଖିଆ ଲେଖା ଏବଂ ବିଭ୍ରାନ୍ତିକର ତଥ୍ୟ ସମ୍ପର୍କରେ ଅନେକ ଅଭିଯୋଗ ଆସିଛି । ମଧ୍ୟସ୍ଥି ପରିବର୍ତ୍ତେ ଏହାକୁ ପ୍ରକାଶନ ଭାବରେ କାହିଁକି ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି କେନ୍ଦ୍ର ପ୍ରଶ୍ନ କରିଛି ।
ପକ୍ଷପାତିତା ଏବଂ ଭୁଲ ତଥ୍ୟ ଦେଉଥିବା ନେଇ ଉଇକିପିଡ଼ିଆ ବିରୋଧରେ ଅନେକ ଅଭିଯୋଗ ହୋଇଛି। ସୂତ୍ର ଅନୁଯାୟୀ ସରକାର ଉଇକିପିଡିଆକୁ ଏଖ ଚିଠି ପଠାଇ ମଧ୍ୟସ୍ଥି ପରିବର୍ତ୍ତେ ପ୍ରକାଶକ ଭାବରେ କାହିଁକି ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି। ତେବେ ସରକାର କିମ୍ବା ଉଇକିପିଡ଼ିଆ ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ପ୍ରକାରର ସରକାରୀ ବିବୃତ୍ତି ଦେଇନାହାଁନ୍ତି। କହିରଖୁଛୁ ଯେ, ଉଇକିପିଡ଼ିଆ ନିଜକୁ ଏକ ମାଗଣା ଅନଲାଇନ୍ ବିଶ୍ବକୋଶ ଭାବରେ ବର୍ଣ୍ଣନା କରେ, ଯେଉଁଠାରେ କୌଣସି ବି ବିଷୟ ଉପରେ ତଥ୍ୟ ମିଳିପାରିବ ।
ସେ ବ୍ୟକ୍ତିତ୍ୱ ହେଉ ପ୍ରସଙ୍ଗ କିମ୍ବା ବିଭିନ୍ନ ବିଷୟ ଉପରେ ପୃଷ୍ଠା ସୃଷ୍ଟି କକିବା କିମ୍ବା ସଂପାଦନ କରିବା । ୨୦୦୧ରେ ପ୍ରଥମେ ଇଂରାଜୀ ଭାଷାରେ ଆରମ୍ଭ ହୋଇଥିଲା Wikipedia ଏବଂ ୨୦୦୩ ମସିହାରେ ପରେ ହିନ୍ଦୀ Wikipedia ଆରମ୍ଭ ହୋଇଥିଲା। Wikipediaକୁ ଜିମି ୱେଲ୍ସ ଏବଂ ଲ୍ୟାରି ସେଙ୍ଗର ଆରମ୍ଭ କରିଥିଲେ।