Sat. Apr 18th, 2026

ନ୍ୟୁଜ ଡେକ୍ସ: ଗୁଜୁରାଟର ଜଣେ ବ୍ୟକ୍ତି ନାବାଳିକାଙ୍କ ସହିତ ମୁମ୍ବାଇର ଏକ ହୋଟେଲରେ ପହଞ୍ଚିଥିଲେ। ସେଠାରେ ମିଛ ପରିଚୟ ଦେଇ ରହିବା ସହ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ସଙ୍ଗେ ସଙ୍ଗେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ୍‌ ସୂଚନା ଅନୁଯାୟୀ, ହୀରା କମ୍ପାନୀର ମ୍ୟାନେଜରଜଣକ କାମ ଦେବାର ପ୍ରତିଶ୍ରୁତି ଦେଇ ୧୪ ବର୍ଷୀୟା ନାବାଳିକାଙ୍କୁ ଗୁଜରାଟରୁ ନିଜ ସହ ମୁମ୍ବାଇ ନେଇ ଆସିଥିଲେ। ସେଠାରେ ସେ ନାବାଳିକାଙ୍କୁ ଏକ ହୋଟେଲରେ ରଖିଥିବା ବେଳେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ମାତ୍ର ଏହାର କିଛି ସମୟ ପରେ ମ୍ୟାନେଜରଙ୍କ ସ୍ୱସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାଦେଖି ହୋଟେଲ କର୍ମଚାରୀ ତାଙ୍କୁ ନିକଟସ୍ଥ ମେଡିକାଲ ନେଇ ଯାଇଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରୁ ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନା ପାଇବା ପରେ ନାବାଳିକାର ମା’ ମୁମ୍ବାଇରେ ପହଞ୍ଚିଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *