ନ୍ୟୁଜ ଡେକ୍ସ: ଉତ୍ତର ପ୍ରଦେଶ ଭଳି ଜମ୍ମୁ-କାଶ୍ମୀରରେ ହେବ ବୁଲଡୋଜର ଆକ୍ସନ। ଯୋଗୀ ସରକାରଙ୍କ ପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି ଜମ୍ମୁ-କାଶ୍ମୀର। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି କେହି ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କ ଘର ଭାଙ୍ଗିଦିଆଯିବ। ଜମ୍ମୁ-କଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କୀ ଘଟଣା ଦିନକୁ ଦନ ବଢ଼ି ଚାଲିଛି।
ଏହାକୁ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ଲୋକଙ୍କୁ ଚେତାବନୀ ଦେଇଛନ୍ତି। ରାଜ୍ୟରେ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଗତିବିଧିକୁ ବରଦାସ୍ତ କରାଯିବ ନାହିଁ। ଆତଙ୍କବାଦୀଙ୍କୁ ସାହାଯ୍ୟ କଲେ ଘର ଉପରେ ବୁଲଡୋଜର ଚଢ଼ାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆତଙ୍କୀଙ୍କ ବିରୋଧ ଏକତ୍ର ହେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ଏଲଜି। ଏହାଛଡ଼ା ସେ କହିଛନ୍ତି, ଜମ୍ମୁ-କାଶ୍ମୀରର ସ୍ଥାନୀୟ ଲୋକ, ସୁରକ୍ଷାବଳ ଏବଂ ପ୍ରଶାସନ ଏକାଠି ହେଲେ ବର୍ଷେ ମଧ୍ୟରେ ରାଜ୍ୟରୁ ଆତଙ୍କବାଦୀ ଶେଷ ହୋଇଯିବେ।
ବାରମୂଳାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କିଛି କହିଛନ୍ତି ମନୋଜ ସିହ୍ନା।ବାରାମୁଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଲ.ଜି ମନୋଜ ସିହ୍ନା କହିଛନ୍ତି ଯେ ମୁଁ କୌଣସି ନିର୍ଦ୍ଦୋଷର କ୍ଷତି ନକରିବାକୁ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛି, କିନ୍ତୁ ଅପରାଧୀଙ୍କୁ ରକ୍ଷା କରାଯିବ ନାହିଁ। ଯଦି କେହି ଆତଙ୍କବାଦୀଙ୍କୁ ଆଶ୍ରୟ ଦିଅନ୍ତି, ତେବେ ତାଙ୍କ ଘର ଭଙ୍ଗାଯିବ। ଏଥିରେ କୌଣସି ଆପୋଷ ବୁଝାମଣା ହେବ ନାହିଁ। ତୁରନ୍ତ ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ । ବୁଲଡୋଜର ଲଗାଇ ବେଘର କରିଦିଆଯିବ ବୋଲି ମନୋଜ ସିହ୍ନା କହିଛନ୍ତି ।