Mon. Dec 23rd, 2024

ନ୍ୟୁଜ ଡେକ୍ସ: ଗ୍ରୀଷ୍ମକାଳୀନ ଛୁଟିର ନାମ ପରିବର୍ତ୍ତନ କରିଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ଏହାର ନାମ ଆଂଶିକ କାର୍ଯ୍ୟ ଦିବସ ବା ‘ଆଂଶିକ ନ୍ୟାୟାଳୟ କାର୍ଯ୍ୟ ଦିବସ’ ରଖାଯାଇଛି। ଏହି ଶବ୍ଦର ସ୍ଥାନ ନେବ ‘ଆଂଶିକ ଅଦାଲତ କାର୍ଯ୍ୟ ଦିବସ’ । ନିଜ ନିୟମରେ ସଂଶୋଧନ କରି ସୁପ୍ରିମକୋର୍ଟ ପକ୍ଷରୁ ଏପରି ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟର ନିୟମର ସଂଶୋଧନ କରାଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ସୁପ୍ରିମକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଅଦାଲତର ଆଶିଂକ କାର୍ଯ୍ୟଦିବସର ସମୟ ସୀମା ଓ ଛୁଟିର ସଂଖ୍ୟା ପ୍ରଧାନ ବିଚାରପତି ସ୍ଥିର କରିବେ। ତେବେ ରବିବାରକୁ ଛାଡ଼ି ଏହି ସଂଖ୍ୟା ୯୫ରୁ ଯେପରି ଅଧିକ ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

ପୂର୍ବରୁ ଏହି ସଂଖ୍ୟା ୧୦୩ ଥିଲା। କିନ୍ତୁ ଏବେ ଏହି ଶବ୍ଦ ସୁପ୍ରିମକୋର୍ଟ କ୍ୟାଲେଣ୍ଡରରୁ ହଟାଇ ଦିଆଯାଇଛି। ଚଳିତ ବର୍ଷ ପ୍ରକାଶ ପାଇଥିବା ସୁପ୍ରିମ କୋର୍ଟ କ୍ୟାଲେଣ୍ଡର(୨୦୨୫) ରେ ଅବକାଶକାଳୀନ ଛୁଟି ଶବ୍ଦକୁ ହଟାଇ ଦିଆଯାଇଛି। ଏହା ପରିବର୍ତ୍ତେ ଆଶିଂକ ଅଦାଲତ କାର୍ଯ୍ୟ ଦିବସ ଆସନ୍ତା ବର୍ଷ ୨୬ ମେ’ ରୁ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖରେ ଶେଷ ହେବ ।

Leave a Reply

Your email address will not be published. Required fields are marked *