Mon. Dec 23rd, 2024

ନ୍ୟୁଜ ଡେକ୍ସ: ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ସଜବାଜ ହେଉଛି କଂଗ୍ରେସ । ଲଢେଇକୁ ଆଉ ୩ ମାସ ବାକି ରହିଛି । ଏ ନେଇ ପ୍ରସ୍ତୁତି ଜୋରଦାର କରିଛି କଂଗ୍ରେସ ଦଳ । ଦିଲ୍ଲୀ ପ୍ରଦେଶ କଂଗ୍ରେସ ଆଜିଠୁ ଦିଲ୍ଲୀ ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଏକମାସ ଧରି ଏହି ନ୍ୟାୟ ଯାତ୍ରା ଚାଲିବ। ୭୦ ବିଧାନସଭା କ୍ଷେତ୍ରର ୩୬୦ କିମି ଯାତ୍ରା ପାଇଁ ଲକ୍ଷ୍ୟ ରହିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯାତ୍ରରେ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳିଛି ।

ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ କହିଛନ୍ତି, ଆଜିଠୁ ନ୍ୟାୟ ଯାତ୍ରା ଆରମ୍ଭ ହେବ। ୭୦ ବିଧାନସଭା କ୍ଷେତ୍ର ଯାତ୍ରା କରିବ । ଯାତ୍ରା ଜରିଆରେ ଦିଲ୍ଲୀର ଯୁବବର୍ଗଙ୍କ ସମସ୍ୟାକୁ ସମ୍ନାକୁ ଆଣିବୁ । ସରକାରଙ୍କ ଉପରେ ଚାପ ଆଣିବାକୁ ପ୍ରୟାସ କରିବୁ । ମାସକ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ କଂଗ୍ରେସର ସମସ୍ତ କର୍ମକର୍ତ୍ତା ସାମିଲ ହେବେ । ଅପରାହ୍ନ ୧ଟାରୁ ରାଜଘାଟରୁ ନ୍ୟାୟ ଯାତ୍ରା ଆରମ୍ଭ ହୋଇ ପୁରୁଣା ଦିଲ୍ଲୀର ତୁକମାର୍ଗ ଗେଟ ଏବଂ ବଲ୍ଲିମାରାମ ଅଞ୍ଚଳ ଦେଇ ଯିବ । ପୂର୍ବ ନିର୍ବାଚନରେ ଆମ ଆଦମୀ ପାର୍ଟି ଯେଉଁ ସ୍ଥାନରେ କଂଗ୍ରେସର ମୂଳପୋଛ କରିଥିଲା ପ୍ରଥମ ଦିନରେ ଏହି ସ୍ଥାନ ଯାତ୍ରା କରିବାକୁ ଲକ୍ଷ୍ୟ ରହିଛି ।

ଭାରତ ଯୋଡୋ ଯାତ୍ରାରୁ ପ୍ରେରିତ- ନ୍ୟାୟ ଯାତ୍ରା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରୁ ପ୍ରେରିତ । ଦିଲ୍ଲୀ ଆସନରେ ବସିଥିବା ଆପକୁ ବିରୋଧରେ ଏହି ଯାତ୍ରା କରିବାକୁ ଯାଉଛି କଂଗ୍ରେସ । ଏହି ଯାତ୍ରରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ ସମସ୍ୟାକୁ ଫୋକସ କରିବ କଂଗ୍ରେସ । ଯାତ୍ରାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *