Sat. Apr 18th, 2026

ନ୍ୟୁଜ ଡେକ୍ସ: ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ବଳ ଅଭିଯୋଗ ଆଧାରରେ ଭଙ୍ଗା ଯାଇପାରିବନି ଘର। ଘର ଭାଙ୍ଗିବା ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରୁଛି। ସରକାରୀ କ୍ଷମତାର ମନମାନି ଚଳିବ ନାହିଁ।’ ବୁଲଡୋଜର ଆକ୍ସନକୁ ନେଇ ଏକ ମାମଲାର ଶୁଣାଣି କରି ଏଭଳି କିଛି ରାୟ ଶୁଣାଇ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଏକ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରିଛନ୍ତି।

ଏହି ନିର୍ଦ୍ଦେଶନାମା ମଧ୍ୟରେ ଭଙ୍ଗାଯିବାର ୧୫ ଦିନ ପୂର୍ବରୁ ଅଗ୍ରୀମ ବିଜ୍ଞପ୍ତି ପ୍ରଦାନ, ଭିଡିଓ ରେକର୍ଡିଂ ପ୍ରକ୍ରିୟା, ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ରହିିଛି। ତେବେ ଏହି ନିର୍ଦ୍ଦେଶାମା ସାର୍ବଜନୀନ ସଡ଼କ, ରେଳ ଲାଇନ ପରି ସ୍ଥାନରେ ବେଆଇନ୍‌ ଭାବେ ନିର୍ମାଣ ହୋଇଥିବା କୋଠା ପାଇଁ ଲାଗୁ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି, ଜଣେ ଅଭିଯୁକ୍ତଙ୍କ ବିରୋଧରେ କେବଳ ଏତଲା ଆଧାରରେ ତାଙ୍କ ଘର ଭଙ୍ଗା ଯାଇ ପାରିବନି। ଅଭିଯୁକ୍ତ କିମ୍ବା ଦୋଷୀଙ୍କ ଘର ଭାଙ୍ଗିବା ବେଆଇନ୍। ଜଣଙ୍କ ପାଇଁ ପୂରା ପରିବାର କାହିଁକି ଦଣ୍ଡ ପାଇବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ବୁଲଡୋଜର ଆକ୍ସନ ପୂର୍ବରୁ ଅଭିଯୁକ୍ତଙ୍କ ପକ୍ଷ ଶୁଣିବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି। ନିୟମ ଅନୁଯାୟୀ ନୋଟିସ୍ ଜାରି କରାଯିବା ଜରୁରୀ। ପଞ୍ଜୀକୃତ ପୋଷ୍ଟ ମାଧ୍ୟମରେ ନୋଟିସ୍ ପଠାଯାଇ ଘରେ ପୋଷ୍ଟର ମାରାଯିବା ଉଚିତ୍। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ୧୫ ଦିନ ସମୟ ଦିଆଯିବା ଉଚିତ। ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମଧ୍ୟ ନୋଟିସ ସମ୍ପର୍କରେ ସୂଚନା ଦିଆଯିବା। ଭାଙ୍ଗିବା ବେଳେ ଭିଡିଓଗ୍ରାଫି ହେବ। ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ। ବେଆଇନ ନିର୍ମାଣକୁ ହଟାଇବା ପାଇଁ ଅଭିଯୁକ୍ତଙ୍କୁ ସୁଯୋଗ ମିଳିବା ଉଚିତ୍ ବୋଲି କୋର୍ଟ କହିଛନ୍ତି।

Leave a Reply

Your email address will not be published. Required fields are marked *