Mon. Dec 23rd, 2024

ନ୍ୟୁଜ ଡେକ୍ସ୍: ନେତା ବାଛୁଛନ୍ତି ଜନତା । ଝାଡଖଣ୍ଡ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନେଇ ମତଦାନ ଆରମ୍ଭ ହୋଇଛି । ୪୩ ଆସନ ପାଇଁ ରାଜ୍ୟର ମତଦାନ ଚାଲିଛି । ମୋଟ ୬୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରୁଛନ୍ତି ଭୋଟର । ପ୍ରଥମ ପର୍ଯ୍ୟାୟରେ ମୋଟ ୧ କୋଟି ୩୭ ଲକ୍ଷ ୧୦ହଜାର ୭୧୭ ଭୋଟର ସେମାନଙ୍କ ନେତା ବାଛୁଛନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ଅଛନ୍ତି ୬୮୩ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୬୦୯ ଜଣ ପୁରୁଷ ପ୍ରାର୍ଥୀ। ୭୩ ମହିଳା ପ୍ରାର୍ଥୀଙ୍କ ସମେତ ଜଣେ ତୃତୀୟ ଲିଙ୍ଗି ପ୍ରାର୍ଥୀ ହୋଇଛନ୍ତି। ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୫ ହଜାର ପୋଲିଂ ଷ୍ଟେସନ ପ୍ରତିଷ୍ଠା ହୋଇଛି। ଝାଡ଼ଖଣ୍ଡ ପୁଲିସ୍ ସହ ବିଏସଏଫ ଓ ସିଆରପିଏଫଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ସବୁଠି ଜେଏମଏମ-କଂଗ୍ରେସ ମେଣ୍ଟକୁ ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି।

ପ୍ରଥମ ପର୍ଯ୍ୟାୟର ଟପ୍ କ୍ୟାଣ୍ଡିଡେଟମାନେ ହେଲେ ଷଡ଼େଇକଳାରୁ ବିଜେପିର ଚମ୍ପାଇ ସୋରେନ, ରାଞ୍ଚିରୁ ଶାସକ ଜେଏମଏମର ମହୁଆ ମାଜି, ଜାମସେଦପୁରରୁ କଂଗ୍ରେସର ବାନା ଗୁପ୍ତା, ଜଗନ୍ନାଥପୁରରୁ ବିଜେପିର ଗୀତା କୋଡ଼ା, ଜାମସେଦପୁର ଇଷ୍ଟରୁ କଂଗ୍ରେସର ଅଜୟ କୁମାର, ଚକ୍ରଧରପୁରରୁ ଜେଏମଏମରୁ ସୁଖରାମ ଓରାନ୍।ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁଙ୍କୁ ଜାମସେଦପୁର ଇଷ୍ଟରୁ ପ୍ରାର୍ଥୀ କରାଯାଇଛି। ୨୦ଲକ୍ଷରୁ ଅଧିକ ଓଡ଼ିଆ ଭୋଟର ବି ଏଥର ନିର୍ଣ୍ଣାୟକ ସାଜିବେ।

Leave a Reply

Your email address will not be published. Required fields are marked *