Mon. Dec 23rd, 2024

ନ୍ୟୁଜ ଡେକ୍ସ୍: ଦେଶର ସର୍ବ କନିଷ୍ଠ ସାଂସଦ ହାନା-ରାୱହିତି କାରିଆରିକି ମ୍ୟାପି-କ୍ଲାର୍କ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରି ପ୍ରତିବାଦ କରିଛନ୍ତି ଗୃହରେ । ଏହି ସମୟରେ ନ୍ୟୁଜିଲ୍ୟାଣ୍ଡ ଗୃହରେ ହୋହଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ସୂଚନା ମୁତାବକ, ନିକଟରେ ନ୍ୟୁଜିଲ୍ୟାଣ୍ଡର ଶାସକ ଦଳ ACT ୱାଇତାଙ୍ଗିରେ ଥିବା କିଛି ନୀତିରେ ପରିବର୍ତ୍ତନ ଆଣିବା ପାଇଁ ଏକ ବିଲ୍ ଆଗତ କରିଛନ୍ତି।

କିନ୍ତୁ ଏହି ବିଲକୁ ଦେଶର ଆଦିବାସୀ ସମ୍ପ୍ରଦାୟ ବିରୋଧ କରୁଛନ୍ତି। ୧୮୪୦ ମସିହାରେ ବ୍ରିଟିଶ କ୍ରାଉନ୍ ଏବଂ ମାୱରୀ ମୁଖ୍ୟଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା, ଯାହାକୁ ୱାଇତାଙ୍ଗି କୁହାଯାଉଛି।ଏହି ଚୁକ୍ତି ନ୍ୟୁଜିଲ୍ୟାଣ୍ଡର ସମ୍ବିଧାନ ଏବଂ ନୀତି ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ବର୍ତ୍ତମାନର ସରକାର ଏହି ଚୁକ୍ତିରେ କିଛି ପରିବର୍ତ୍ତନ ଆଣିବାକୁ ବିଲ୍ ଉପସ୍ଥାପନ କରିଛନ୍ତି, ଯାହାକୁ ମାୱରୀ ସମ୍ପ୍ରଦାୟ ଜୋରଦାର୍ ବିରୋଧ କରିଛନ୍ତି। ୨୨ ବର୍ଷୀୟ ସାଂସଦ ହାନା-ରାୱହିତି ମଧ୍ୟ ଏହି ସମ୍ପ୍ରଦାୟର।

ତେଣୁ ସେ ମାୱରୀଙ୍କ ପକ୍ଷରୁ ବିଲକୁ କଡ଼ା ବିରୋଧ କରୁଛନ୍ତି।ଗତକାଲି ସେ ଗୃହରେ ଭାଷଣ ଦେବା ସମୟରେ ଏହି ବିଲକୁ ବିରୋଧ କରିବା ସହ ବିଲର ଏକ ପେପରକୁ ଚିରି ଫିଙ୍ଗି ଦେଇଥିଲେ। ଏଥିସହ ହାକା ନୃତ୍ୟ ପରିବେଷଣ କରି ଜୋରଦାର୍ ବିରୋଧ କରିଥିଲେ। ତାଙ୍କ ସହ ଅନ୍ୟ ସାଂସଦ ଏବଂ ଗ୍ୟାଲେରୀରେ ବଶିଥିବା ଦର୍ଶକ ମଧ୍ୟ ସମର୍ଥନ ଜଣାଇ ହାକା ପରିବେଷଣ କରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

Leave a Reply

Your email address will not be published. Required fields are marked *