Mon. Dec 23rd, 2024

ନ୍ୟୁଜ ଡେକ୍ସ: ଦିଲ୍ଲୀ ମନ୍ତ୍ରୀ ତଥା ଆପ ବରିଷ୍ଠ ନେତା କୈଳାଶ ଗେହଲଟ ଦଳରୁ ଇସ୍ଥଫା ଦେବା ପରେ ଏହାକୁ ନେଇ ବିଜେପି ଉପରେ ସଙ୍ଗୀନ ଅଭିଯୋଗ ଆଣିଛି ଆପ । କୈଳାଶଙ୍କ ଇସ୍ତଫା ପଛରେ ବିଜେପିର ହିଁ ଷଡଯନ୍ତ୍ର ବୋଲି ଆପ ଦାବି କରିଛି । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରିନଥିବା କାରଣ ଦର୍ଶାଇ ଦଳ ଛାଡିଥିବା କହିଛନ୍ତି କୈଳାସ ଗେହଲଟ ।

ଆସନ୍ତାବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ଆପ୍ ଦଳ ଛାଡିଛନ୍ତି । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରିନଥିବା, ଯମୁନା ନଦୀର ସଫେଇ,ଏବଂ କେଜ୍ରିୱାଲଙ୍କ ଘର ନିର୍ମାଣ ମୁଦ୍ଦା ଉଠାଇଛନ୍ତି । ଏ ନେଇ ଆପରୁ ଇସ୍ତଫା ଦେଇଥିବା କହିଛନ୍ତି । ଆପ୍ ସଂଯୋଜକ କେଜ୍ରିୱାଲଙ୍କୁ ଚିଠି ଲେଖିଛନ୍ତି କୈଳାଶ ଗେହଲଟ ।କୈଳାଶ ଗେହଲଟ ଚିଠିରେ ଲେଖିଛନ୍ତି, ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରିନାହିଁ ।

ଯମୁନା ନଦୀ ସଫେଇ କରିବାରେ ବିଫଳ ହୋଇଛି । ଶିସମହଲ ପରି ଅନେକ ଲଜ୍ଜାଜନକ ଏବଂ ଅଜବ ବିବାଦ ରହିଛି । ଯାହା ସନ୍ଦେହ ସୃଷ୍ଟି କରୁଛି କି ଆମେ କଣ ଏବେ ବି ଆମ ଆଦମୀ ହୋଇ ଅଛୁ । ଦିଲ୍ଲୀ ସରକାର ତାର ଅଧିକ ଟଙ୍କା କେନ୍ଦ୍ର ସହ ଲଢେଇ କରିବାରେ ଶେଷ କରୁଛି । କେନ୍ଦ୍ରସରକାରଙ୍କ ସହ ଲଢେଇ କରି ଦିଲ୍ଲୀର ବିକାଶ ସମ୍ଭବ ନୁହେଁ, ମୋ ପାଖରେ ଆଉ କୌଣସି ବିକଳ୍ପ ନ ଥିବାରୁ ଦଳରୁ ଇସ୍ତଫା ଦେଉଛି ।

Leave a Reply

Your email address will not be published. Required fields are marked *