ନ୍ୟୁଜ ଡେକ୍ସ: ଆନ୍ଧ୍ରପ୍ରଦେଶରେ ଥିବା ପ୍ରସିଦ୍ଧ ତିରୁପତୀ ବାଲାଜୀ ମନ୍ଦିରରେ ଥିବା ହିନ୍ଦୁ କର୍ମଚାରୀଙ୍କ ପାଇଁ ଏକ ନିର୍ଦ୍ଦେଶନାମା ହୋଇଛି । ତାଙ୍କ ସାମ୍ନାରେ ଦୁଇଟି ବିକଳ୍ପ ରଖାଯାଇଛି । ସ୍ବେଚ୍ଛାକୃତ ଅବସର ନିଅ ନଚେତ ବଦଳି କରାଯିବ । ଏପରି ନିର୍ଦ୍ଦେଶକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଠାରେ ନୂଆ ଭାବେ ଗଠିତ ତିରୁମାଲା ତିରୁପତି ଦେବସ୍ଥାନମ୍ (TTD) ମନ୍ଦିରରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀଙ୍କ ପାଇଁ ଏକ ପ୍ରସ୍ତାବ ପାରିତ କରିଛନ୍ତି।
ଏହି ପ୍ରସ୍ତାବ ଅନୁଯାୟୀ ମନ୍ଦିର ବୋର୍ଡରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କିମ୍ବା ଆନ୍ଧ୍ରପ୍ରଦେଶର ଅନ୍ୟ ସରକାରୀ ବିଭାଗକୁ ସ୍ଥାନାନ୍ତରିତ ହେବା ମଧ୍ୟରେ ବାଛିବାକୁ ପଡ଼ିବ। ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ତିରୁମାଲା ତିରୁପତି ଦେବସ୍ଥାନମ୍ (TTD)ର ନୂଆ ଅଧ୍ୟକ୍ଷ ବିଆର ନାଇଡୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି। ତେବେ ମନ୍ଦିର ବୋର୍ଡରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରିବାକୁ ସେ ମନା କରି ଦେଇଛନ୍ତି। ସୂଚନାନୁସାରେ, ଟିଟିଡିର ନୂତନ ନିଷ୍ପତ୍ତି ବୋର୍ଡର ୭୦୦୦ ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୩୦୦ କର୍ମଚାରୀଙ୍କୁ ପ୍ରଭାବିତ କରିବ। କହିରଖୁ ଯେ, ୧୪୦୦୦ ଚୁକ୍ତିଭିତ୍ତିକ କର୍ମଚାରୀ ମଧ୍ୟ TTD ରେ କାମ କରନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ତିରୁପତି ଦେବସ୍ଥାନମର ନୂଆ ଅଧ୍ୟକ୍ଷ ବିଆର ନାଇଡୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି । ଟିଟିଡିର ନୂଆ ନିଷ୍ପତ୍ତି ବୋର୍ଡର ୭ ହଜାର ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୩୦୦ କର୍ମଚାରୀଙ୍କ ଉପରେ ପ୍ରଭାବ ପକାଇ ପାରେ । ୧୪ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଟିଟିଡିରେ କାମ କରନ୍ତି । ଟିଟିଡି ଏକ ସ୍ବାଧୀନ ସରକାରୀ ଟ୍ରଷ୍ଟ । ସବୁଠାରୁ ଧନୀ ହିନ୍ଦୁ ମନ୍ଦିର ତିରୁମାଳା ଭେଙ୍କଟେଶ୍ବର ମନ୍ଦିର ପରିଚାଳନା କରେ ।