Mon. Dec 23rd, 2024

ନ୍ୟୁଜ ଡେକ୍ସ: ଆଜି ସାଂସଦ ଭାବେ ଶପଥ ନେଇଛନ୍ତି ପ୍ରିୟଙ୍କା ଭଦ୍ରା ଗାନ୍ଧୀ । କଂଗ୍ରେସର ସାଧାରଣ ସମ୍ପାଦକ ତଥା କେରଳର ଓ୍ବାୟନାଡ ଆସନରୁ ନବନିର୍ବାଚିତ ସାଂସଦ ପ୍ରିୟଙ୍କା ଆଜି ବିଧିବଦ୍ଧ ଭାବେ ଲୋକସଭାରେ ଶପଥ ଗ୍ରହଣ କରିଛନ୍ତି । ପ୍ରଥମ ଥର କେରଳର ୱାୟାନାଡରୁ ବିପୁଳ ଭୋଟରେ ଜିତିଥିବା ପ୍ରିୟଙ୍କା ଶପଥ ସମୟରେ କେରଳର ପାରମ୍ପରିକ ସୁନା ବର୍ଡର ମିଶା କସଭୁ ଶାଢୀ ପିନ୍ଧିଥିଲେ ।

ତାଙ୍କର ଏହି ପୋଷାକ ପରିଧାନ ୱାୟାନାଡରେ ତାଙ୍କର ସକ୍ରିୟତାର ସଙ୍କେତ ଦେଉଥିଲା । ଏହି ସମୟରେ ଲୋୟର ହାଉସର ଗ୍ୟାଲେରୀରେ ତାଙ୍କ ସ୍ୱାମୀ ରବର୍ଟ ଭଡ୍ରା ଏବଂ ତାଙ୍କ ପିଲାମାନେ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଉପସ୍ଥିତ ଥିଲେ।ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି କେରଳର ପାରମ୍ପରିକ କାସାଭୁ ଶାଢ଼ୀ ପିନ୍ଧିଥିବା ନଜର ଆସିଛନ୍ତି। ମଲୟାଲି ଉତ୍ସବରେ ସ୍ୱତନ୍ତ୍ର ରୂପେ ଗୋଲ୍ଡେନ୍ ବର୍ଡର ଥିବା ଧଳା ରଙ୍ଗର କାସାଭୁ ଶାଢ଼ୀ ପିନ୍ଧାଯାଏ। ପ୍ରିୟଙ୍କା ଶପଥ ଗ୍ରହଣ ବେଳେ ଶାଢ଼ୀ ପିନ୍ଧି ୱାୟନାଡରେ ସେ ସକ୍ରିୟ ଭାବରେ କାମ କରିବାକୁ ନେଇ ଇସାରା ଦେଇଛନ୍ତି।୫୨ ବର୍ଷୀୟା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କର ଲୋକସଭାରେ ପ୍ରବେଶ ସହିତ ସଂସଦ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଗାନ୍ଧି ପରିବାରର ତିନିଜଣ ସଦସ୍ୟଙ୍କୁ ଏକାଠି ଦେଖିବାକୁ ମିଳିବ।

ପ୍ରିୟଙ୍କା ଗାନ୍ଧି ଏବଂ ରାହୁଲ ଗାନ୍ଧି ଲୋକସଭାରେ ବସିଥିବା ବେଳେ ସେମାନଙ୍କ ମା’ ସୋନିଆ ଗାନ୍ଧି ରାଜ୍ୟସଭାରେ ନଜର ଆସିବେ।ତେବେ ଏହାରି ସହିତ ଗତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସ ପରିବାରର ତିନି ଜଣ ସଂସଦ ଗୃହରେ ଉପସ୍ଥିତ ରହିବେ । ସଂସଦରେ ଗାନ୍ଧୀ ପରିବାରର ୩ ସଦସ୍ୟ ରାହୁଲ, ପ୍ରିୟା ଓ ସୋନିଆ ଗାନ୍ଧୀଙ୍କ ଉପସ୍ଥିତିକୁ ଦେଖାଯିବ। ଦେଶର ସ୍ୱାଧୀନତା ପରଠାରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟଙ୍କୁ କେବେ ଏକାଠି ସଂସଦରେ ଦେଖାଯାଇ ନାହିଁ ।

Leave a Reply

Your email address will not be published. Required fields are marked *