ନ୍ୟୁଜ ଡେକ୍ସ: ପଞ୍ଜାବ ଶିରୋମଣି ଅକାଳି ଦଳ ନେତା ତଥା ପଞ୍ଜାବ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଗୁଳିମାଡ ହୋଇଛି । ସେ ସୁରକ୍ଷିତ ଥିବା ଜଣାପଡିଛି । ଅଜଣା ବ୍ୟକ୍ତି ସ୍ବର୍ଣ୍ଣ ମନ୍ଦିର ଗେଟ୍ ପାଖରେ ତାଙ୍କ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି । ଗୁଳିମାଡ କରିଥିବା ବ୍ୟକ୍ତିକୁ କାବୁ କରାଯାଇଛି । ଅଭିଯୁକ୍ତ ଜଣକ ନାରାୟଣ ସିଂହ ଚୌରା ବୋଲି ଜଣାପଡିଛି । ଗୁଳି ମାରିଥିବା ବ୍ୟକ୍ତି ଧରାପଡ଼ିଛନ୍ତି। ତାଙ୍କ ନାଁ ନାରାୟଣ ସିଂହ ଚୋରହା।
ସେ ବାବର ଖାଲସା ଇଣ୍ଟରନ୍ୟାସନାଲର ଜଣେ ପୂର୍ବତନ ଆତଙ୍କବାଦୀ ବୋଲି ଜଣାପଡ଼ିଛି। ସେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରକୁ ଲକ୍ଷ୍ୟ କରି ଗୁଳି ଚଳାଇବା ପରେ ସେଠାରେ ଉପସ୍ଥିତ ସ୍ୱର୍ଣ୍ଣ ମନ୍ଦିର କର୍ମଚାରୀ ଓ ଶ୍ରଦ୍ଧାଳୁମାନେ ତାଙ୍କୁ କାବୁ କରିଥିଲେ ଓ ସେ ଧରିଥିବା ପିସ୍ତଲ ଛଡ଼ାଇ ନେଇଥିଲେ। ଏହା ପରେ ତାଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଛି।
ପୁଲିସ ତାଙ୍କୁ ଗିରଫ କରିଛି। ୨୦୦୭ରୁ ୨୦୧୭ ମଧ୍ୟରେ ଶିରୋମଣି ଅକାଳୀ ସରକାର ସମୟରେ ଏକ ଧାର୍ମିକ ଅପବିତ୍ରୀକରଣ ମାମଲା ସହିତ ଅନ୍ୟାନ୍ୟ ଭୁଲ୍ କରି ଅକାଲ ତଖ୍ତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଦଣ୍ଡ ସ୍ୱରୂପ ସ୍ୱର୍ଣ୍ଣ ମନ୍ଦିର ଓ ଅନ୍ୟ ଗୁରୁଦ୍ୱାରରେ ଶୌଚାଳୟ,ବାସନ ଓ ଜୋତା ସଫା କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ କୁହାଯାଇଛି। ତେବେ ତାଙ୍କ ଗୋଡ଼ ଭାଙ୍ଗିଥିବାରୁ ସେ ଦୁଇ ଦିନ ହେବ ସ୍ୱର୍ଣ୍ଣ ମନ୍ଦିରର ଫାଟକ ସମ୍ମୁଖରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଛନ୍ତି।