ନ୍ୟୁଜ ଡେକ୍ସ: ରାଜସ୍ଥାନର କୋଟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ସରକାରୀ କର୍ମଚାରୀ ଅସୁସ୍ଥ ପତ୍ନୀଙ୍କ ସେବା ପାଇଁ ଭିଆରଏସ୍ ନେଲେ କିନ୍ତୁ ଅବସର ଦିନ ଦୁନିଆରୁ ଅଲବିଦା କହିଗଲେ। ତାଙ୍କ ପତ୍ନୀଙ୍କର ହୃଦ୍ରୋଗ ସମସ୍ୟ ଥିଲା । ଦୀର୍ଘ ସମୟ ଧରି ସେ ରୋଗଗ୍ରସ୍ତ ଥିଲେ । ଦେବେନ୍ଦ୍ର ୩ ବର୍ଷ ପରେ ଚାକିରିରୁ ଅବସର ନେଇଥାନ୍ତେ ।
କିନ୍ତୁ ପତ୍ନୀଙ୍କ ଦେଖାଶୁଣା ପାଇଁ ୩ ବର୍ଷ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଲେ । ଏ ଅବସରରେ ଦେବେନ୍ଦ୍ରଙ୍କ ପରିଜନ ଓ ବନ୍ଧୁ ଏକ ପାର୍ଟିର ଆୟୋଜନ କରିଥିଲେ । ଦେବେନ୍ଦ୍ରଙ୍କ ସମ୍ପର୍କୀୟ ଓ ସମସ୍ତ ସାଙ୍ଗ ପାର୍ଟିରେ ଯୋଗ ଦେଇଥିଲେ । ସେମାନେ ଦେବେନ୍ଦ୍ରଙ୍କୁ ମାଳା ପିନ୍ଧାଇ ନୂଆ ଜୀବନର ଶୁଭକାମନା ଦେଉଥିଲେ ।
ଅନେକ ଲୋକ କହିବା ପରେ ଦେବେନ୍ଦ୍ରଙ୍କ ପତ୍ନୀ ଦୀପିକା ମଧ୍ୟ ତାଙ୍କୁ ମାଳା ପିନ୍ଧାଇଥିଲେ । ଏହାର କିଛି ସମୟ ପରେ ଦୀପିକାଙ୍କ ମୁଣ୍ଡ ବୁଲାଇଲା । ସେ ତଳେ ପଡ଼ିଗଲେ । ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ହସ୍ପିଟାଲ ନେଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।
