ନ୍ୟୁଜ ଡେକ୍ସ: ଅନଲାଇନ୍ ଟ୍ରେନ୍ ଟିକଟ ବୁକିଂ ଠପ୍। ଚାଲୁନି ରେଲୱେ ୱେବସାଇଟ୍ ଆଇଆରସିଟିସି। ଲକ୍ଷ ଲକ୍ଷ ରେଳ ଯାତ୍ରୀ ହନ୍ତସନ୍ତ। IRCTC ୱେବସାଇଟ୍ ଏବେ ଖୋଲୁନାହିଁ। ମେଣ୍ଟେନାନ୍ସ ଆକ୍ଟିଭିଟି ପାଇଁ ୱେବସାଇଟ୍ ଚାଲୁନଥିବା ଏବଂ ଇ-ଟିକଟ ଉପଲବ୍ଧ ନଥିବା ମେସେଜ୍ ଆସୁଛି।
ଯଦି କେହି ତାଙ୍କର ପୁରୁଣ ଟିକଟ କ୍ୟାନସଲ କରିବାକୁ ଚାହୁଁଛନ୍ତି ତେବେ କଷ୍ଟୋମର କେୟାର, ହେଲ୍ପଲାଇନ୍ ନମ୍ଵର ଏବଂ ଇମେଲ୍ ବିଷୟରେ ସୂଚନା ଦିଆଯାଇଛି। ଡାଉନ୍ ଡିଟେକ୍ଟର ପ୍ଲାଟଫର୍ମ ପକ୍ଷରୁ ସୂଚନା ମିଳିଛି। ଆଇଆରସିଟିସି ଆପ୍ ଖୋଲିବାବେଳେ ଦେଖିବାକୁ ମିଳୁଛି ଯେ ”ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ତ୍ରୁଟି ହେତୁ କାର୍ଯ୍ୟ କରିବାକୁ ଅସମର୍ଥ’।
ଆଇଆରସିଟିସିର ସୂଚନା ଅନୁଯାୟୀ, “ରକ୍ଷଣାବେକ୍ଷଣ କାର୍ଯ୍ୟ ହେତୁ ଇ-ଟିକେଟ୍ ସେବା ଉପଲବ୍ଧ ହେଉ ନାହିଁ। ଦୟାକରି ପରେ ଚେଷ୍ଟା କରନ୍ତୁ”। ସାଧାରଣତଃ ବିଳମ୍ବିତ ରାତିରେ ଆଇଆରସିଟିସିର ମେଣ୍ଟେନାନ୍ସ କାମ ହୋଇଥାଏ। ଦିନରେ ଏଭଳି ୱେବସାଇଟ୍ ବନ୍ଦ ହେବା ଦ୍ଵାରା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଡିସେମ୍ଵର ମାସରେ ଆଜି ଦ୍ଵିତୀୟ ଥର ପାଇଁ IRCTC ୱେବସାଇଟ୍ ଠପ୍ ହୋଇଯାଇଛି।
