Mon. Dec 23rd, 2024

ନ୍ୟୁଜ ଡେସ୍କ: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କଲାଣି । ଭରତପୁର ଥାନା ମାମଲାରେ ବିରୋଧିକୁ ସୌମ୍ୟଙ୍କ ଟାର୍ଗେଟ । କହିଲେ ଗୋଟିଏ ଘଟଣାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିହେବନି । ୨୫ ବର୍ଷର ସରକାରକୁ ୧୦୦ ଦିନର ସରକାର ସହ ତୁଳନା ଠିକ ନୁହେଁ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସୂଚନା ମୁତାବକ, ଗତକାଲି ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ। ଘଟଣାକୁ ନେଇ ଶାସକ ଓ ବିରୋଧି ମୁହଁମୁହିଁ ହେଲେଣି । ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। ସେ କହିଛନ୍ତି, ୧୦୦ ଦିନରେ କୌଣସି ସରକାରଙ୍କୁ ଆଇନଶୃଙ୍ଖଳା ନେଇ ପ୍ରଶ୍ନ କରିବା ଉଚିତ ନୁହେଁ। ୨୦୦ ଦିନ ପୂରିଲେ ଯାହା ଅଭିଯୋଗ କରିବେ ‌େସଥିରେ ସହମତ ହେବେ। ଏବେ ଆଇନଶୃଙ୍ଖଳା ନେଇ ଯେଉଁମାନେ ପ୍ରଶ୍ନ କରୁଛନ୍ତି ସେମାନେ ଆଗରୁ କେଉଁଠି ଥିଲେ? ଏବେ ଗାତରୁ ବାହାରି କହୁଛନ୍ତି ବୋଲି କଟାକ୍ଷ କରିଛନ୍ତି ଶ୍ରୀ ପଟ୍ଟନାୟକ। ସରକାରଙ୍କୁ ୨୦୦ ଦିନ ସମୟ ଦେବା ଦରକାର। ଯଦି ଡିସେମ୍ବର ମାସ ସୁଦ୍ଧା ସରକାରଙ୍କର କୌଣସି ପ୍ରଭାବ ଦେଖିବାକୁ ମିଳିବ ନାହିଁ ତାହାହେଲେ ଆମେ କହିବା। ସୌମ୍ୟଙ୍କ ସମାଲୋଚନା ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ସେ ମଧ୍ୟ ଆହୁରି କହିଛନ୍ତି, ଯାହାକୁ ଆଗରୁ ଖୋଜିଲେ ମିଳୁ ନ ଥିଲେ, ସେମାନେ ଗାତରୁ ବାହାରି ସମ୍ବାଦିକ ସମ୍ମିଳନୀ କରୁଛନ୍ତି ଓ ସରକାରଙ୍କୁ ନିନ୍ଦା କରୁଛନ୍ତି। ସେମାନେ ବୋଧେ ହୁଏ ନିଜ ଅମଳ କଥା ଭୁଲି ଯାଉଛନ୍ତି। ମୁଁ ଭାବୁଛି ସରକାରଙ୍କୁ ଟିକିଏ ଅଧିକ ସମୟ ଦେବା ଦରକାର।

Leave a Reply

Your email address will not be published. Required fields are marked *