Thu. Oct 23rd, 2025

ନ୍ୟୁଜ ଡେକ୍ସ: ପତ୍ନୀ ତୃତୀୟ ଥର ମଧ୍ଯ ଝିଅ ଜନ୍ମ କରିବାରୁ ପେଟ୍ରୋଲ ପକାଇ ଜାଳିଦେଲା ସ୍ବାମୀ। ମହାରାଷ୍ଟ୍ରର ପରଭଣୀରେ ଗଙ୍ଗାଖେଡ ନାକା ଅଞ୍ଚଳରେ ୨୬ ଡିସେମ୍ବର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି। ଝିଅ ଜନ୍ମକୁ ବରଦାସ୍ତ କରୁନହାନ୍ତି। ସେମାନଙ୍କୁ କେବଳ ପୁଅ ଦରକାର। ଏହି ମାନସିକତା ହେତୁ ସେମାନେ ଯେକୌଣସି ସ୍ତରକୁ ଚାଲି ଯାଉଛନ୍ତି, ଆଉ ଘଟାଉଛନ୍ତି ନାରକୀୟ କାଣ୍ଡ।

ମହାରାଷ୍ଟ୍ରର ପରଭଣି ଜିଲ୍ଲାର ଗାଓଁଖେଡ଼ା ଅଞ୍ଚଳ। ଏଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ପେଟ୍ରୋଲ ଢ଼ାଳି ଜୀଅନ୍ତା ଜାଳି ଦେଇଛି। ସ୍ତ୍ରୀ ତୃତୀୟ ଝିଅକୁ ଜନ୍ମ ଦେଇଥିବାରୁ ଜହ୍ଲାଦ ପାଲଟି ଯାଇଛି ସ୍ୱାମୀ। ଡିସେମ୍ବର ୨୬ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଶନିବାର ପୁଲିସ ଏନେଇ ସୂଚନା ଦେଇଛି।ସୂଚନା ମୁତାବକ, ୩୪ ବର୍ଷୀୟ ମୈନା କୁଣ୍ଡଲିକ୍ କାଲେଙ୍କ ପୂର୍ବରୁ ଦୁଇଟି ଝିଅ ଥିଲା। କିଛି ଦିନ ତଳେ ସେ ତୃତୀୟ ଝିଅକୁ ଜନ୍ମ ଦେଇଥିଲେ। ଏହାକୁ ନେଇ ସ୍ୱାମୀ କୁଣ୍ଡଲିକ ଉତ୍ତମ କାଲେ ରାଗି ଯାଇଥିଲେ। ତିନୋଟି ଝିଅ ଜନ୍ମ କରିଥିବାରୁ ସ୍ତ୍ରୀକୁ ସେ ପ୍ରତିଦିନ ଗାଳିଗୁଲଜ କରୁଥିଲେ। କେବଳ ସେତିକି ନୁହେଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଲଗାତର ଝଗଡ଼ା ହେଉଥିଲା। କୁଣ୍ଡଲିକ ଉତ୍ତମ ମୈନାଙ୍କୁ ମାର୍ପିଟ୍ ମଧ୍ୟ କରୁଥିଲେ।

୨୬ ଡିସେମ୍ବର ରାତିରେ ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହାପରେ ଉତକ୍ଷିପ୍ତ ସ୍ୱାମୀ ଏହିଭଳି କାଣ୍ଡ ଘଟାଇଥିଲେ। ତେବେ ନିଆଁ ଲାଗିବା ମାତ୍ରେ ମୈନା ଚିତ୍କାର କରି ଜୀବନ ବିକଳରେ ଦୌଡିବାକୁ ଲାଗିଥିଲେ କିନ୍ତୁ ପେଟ୍ରୋଲ ଯୋଗୁଁ ନିଆଁ ବହୁ ଶୀଘ୍ର ବ୍ୟାପି ଯାଇଥିଲା। ଏପରିକି ଲିଭାଇବା ମଧ୍ଯ କଷ୍ଟକର ହୋଇଯାଇଥିଲା।ତେବେ ଏଥିରେ ମୈନା ପୁରା ଜଳି ଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *