ନ୍ୟୁଜ ଡେକ୍ସ: ନୂଆବର୍ଷ ଆରମ୍ଭରୁ ଅଘଟଣ । ଧୁମଧାମରେ ଜିରୋ ନାଇଟ୍ ସେଲିବ୍ରେସନ ଚାଲିଥିବାବେଳେ ନାଚଗୀତରେ ମସଗୁଲ ଥିଲେ ସମସ୍ତେ। ମାତ୍ର ହଠାତ୍ ଫୁଟିଲା ଗୁଳି ଓ ହେଲା ଅତର୍କିତ ଛୁରା ମାଡ଼। ଖଲ୍ଲିକୋଟରେ ଜିରୋ ନାଇଟରେ ଏହି ଗୁଳିକାଣ୍ଡ ଘଟିଛି। ରମ୍ଭାଥାନା ବସୁଳିଆ ଓଡ଼ିଆରପି କଲୋନୀରେ ଗୁଳିକାଣ୍ଡ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ।
ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ନୂତନ ବର୍ଷକୁ ସ୍ୱାଗତ କରିବା ସମୟରେ ଗଣ୍ଡାପଲ୍ଲୀ ଓଡିଆର୍ପି କଲୋନୀରେ ଭଡ଼ା ରହୁଥିବା କିଛି ଯୁବକଙ୍କ ସହ ବାହାରୁ ଆସିଥିବା ଅନ୍ୟ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଫାଙ୍କା ଗୁଳିଚାଳନା ସହ ଛୁରାମାଡ଼ ମଧ୍ୟ ହୋଇଥିଲେ । ଯେଉଁଥିରେ ୪ ଜଣ ଗୁରୁତର ହୋଇଥିଲେ । ପ୍ରଥମ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।ଅନ୍ୟପଟେ ଘଟଣା ସଂପର୍କରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ପ୍ରେମ ବ୍ୟାପାରକୁ ନେଇ ପୂର୍ବରୁ ବିବାଦ ହୋଇଥିଲା ବୋଲି ଜଣାପଡିଛି । ତେବେ ଗୁଳିକାଣ୍ଡ ଘଟାଇଥିବା ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।
