Sun. Feb 22nd, 2026

ନ୍ୟୁଜ ଡେକ୍ସ: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରରୁ ବହୁ ମୂଲ୍ୟର ଗଞ୍ଜେଇ ଜବତ ହୋଇଛି । ଦୁଇ ଜଣ ଭାରତୀୟ ମହିଳାଙ୍କ ନିକଟରୁ ୧୯ଟି ଗଞ୍ଜେଇ ପ୍ୟାକେଟ୍ ଜବତ ହୋଇଛି ।

ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଏପରି ଏକ ଘଟଣା ଗତ ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ଘଟିଛି। ଗୋଟିଏ ବ୍ୟାଗରେ ଛୋଟ ଛୋଟ ପ୍ୟାକେଟ କରି ଗଞ୍ଜେଇ ଆଣୁଥିଲେ ସଂପୃକ୍ତ ମହିଳା। ତେବେ ମହିଳାଙ୍କ ବ୍ୟାଗ୍ ସର୍ଚ୍ଚ ବେଳେ ଏସବୁ ପାଇଥିଲା କଷ୍ଟମ୍ସ ବିଭାଗ।

ପଚରାଉଚରା ପରେ ସଂପୃକ୍ତ ମହିଳାଙ୍କୁ ଗିରଫ କରାଯାଇଛି। ତେବେ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସୁଥିଲା ଓ କେଉଁଠିକୁ ଯାଉଥିଲା ଓ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍।

Leave a Reply

Your email address will not be published. Required fields are marked *