Thu. Apr 16th, 2026

ନ୍ୟୁଜ ଡେକ୍ସ: ପ୍ରବାସୀ ଭାରତୀୟ ଦିବସରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନଜରରେ ରଖି ସହରରେ ସାମୟିକ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ସମ୍ମିଳନୀର ବାକି ସବୁ ସମୟରେ ସହରରେ ଟ୍ରାଫିକ୍ ଚଳାଚଳ ସ୍ୱାଭାବିକ ରହିବ। ଟ୍ରାଫିକ୍ କଟକଣା ଥିବା ରାସ୍ତାରେ ନଯାଇ ଅନ୍ୟ ରାସ୍ତାରେ ଯାତାୟାତ ପାଇଁ କମିଶନରେଟ ପୁଲିସ ସହରବାସୀଙ୍କୁ ଅନୁରୋଧ କରିଛି ।

୮ ତାରିଖରୁ ୧୦ ତାରିଖ ଯାଏଁ କମିଶନରେଟ୍ ପୋଲିସ ଟ୍ରାଫିକ କଟକଣା କରିଛି । ଭିଭିଆଇପିଙ୍କ ଗସ୍ତକୁ ଦେଖି ନିର୍ଦ୍ଦିଷ୍ଟ ସମୟ ଓ ଅଞ୍ଚଳ ପାଇଁ କଟକଣା ଜାରି କରାଯାଇଛି ।ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଅଞ୍ଚଳ, ପାୱାର ହାଉସ୍, ୧୨୦ ବାଟାଲିୟନ, ଶାସ୍ତ୍ରୀ ନଗର, ବେହେରା ସାହି, ଜୟଦେବ ବିହାର, ଜାଭିୟର, ନାଲ୍‌କୋ ଛକ ଆଦି ଅଞ୍ଚଳ ପାଇଁ କଟକଣା ଜାରି କରାଯାଇଛି । ଭିଭିଆଇପିଙ୍କ ଯାତ୍ରା ସମୟରେ ସଂପୃକ୍ତ ଅଞ୍ଚଳରେ ଅନ୍ୟ ଗାଡ଼ି ପ୍ରବେଶକୁ ବାରଣ କରାଯାଇଛି । ୮ ତାରିଖ ସନ୍ଧ୍ୟା ୭ଟା୫୦ରୁ ୮ଟା୨୦ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ- ହସ୍ପିଟାଲ ଛକ, ଏଜି ଛକ – ବାମ ମୋଡ, ରାଜଭବନ ରାସ୍ତା ବନ୍ଦ ରହିବ । ସେହିପରି ୯ ତାରିଖରେ ସକାଳ ୯ଟା୩୦ରୁ ସକାଳ ୧୦ଟା ପର୍ଯ୍ୟନ୍ତ ରାଜଭବନ ଛକ, ପାୱାରହାଉସ ଛକ, ୧୨୦ ବିଏନ ଛକ, ଶାସ୍ତ୍ରୀନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର ଛକ, ଜାଭିୟର ଛକ ଓ ନାଲକୋ ଛକ ସର୍ବାସାଧାରଣଙ୍କ ପାଇଁ ସାମୟିକ ଭାବରେ ବନ୍ଦ ରହିବ । ଏହାପରେ ସକାଳ ୧୧ଟା୨୦ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ନାଲକୋ ଛକ, ଜାଭିୟର ଛକ, ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀନଗର ଛକ, ୧୨୦ ବିଏନ ଛକ, ପାୱାର ହାଉସ ଛକ, ରାଜଭବନ ଛକ – ବାମ ମୋଡ, ଏଜି ଛକ – ଡାହାମମୋଡ, ହସ୍ପିଟାଲ ଛକ, ଏୟାରପୋର୍ଟ ଛକ ବନ୍ଦ ରହିବ ।

ପୁଣି ଅପରାହ୍ମ ୪ଟା ୨୦ରୁ ୪ଟା୫୦ ମିନିଟ୍ ମଧ୍ୟରେ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ – ବାମ ମୋଡ, ରାଜଭବନ ରାସ୍ତା ବନ୍ଦ ରହିବ । ଗୁରୁବାର ଗୌହାଟୀ ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଆସି ଅପରାହ୍ଣ ୪ଟା ୩୫ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ତାଙ୍କ କାରକେଡ୍ ରାଜଭବନକୁ ଯିବା ପାଇଁ ଏୟାରପୋର୍ଟରୁ ରାଜଭବନ ରାସ୍ତାକୁ ଅପରାହ୍ଣ ୪ଟା ୨୦ ମିନିଟ୍ରୁ ୪ଟା ୫୦ ମିନିଟ୍ ଯାଏ ବନ୍ଦ ରଖାଯିବ । ରାଷ୍ଟ୍ରପତି ରାଜଭବନରେ ପହଞ୍ଚିବା ପରେ ରାତ୍ରିଯାପନ କରିବେ । ଶୁକ୍ରବାର ସକାଳ ୧୧ଟା ୨୦ ମିନିଟ୍ରୁ ୧୧ଟା ୫୦ ମିନିଟ୍ ଯାଏ ରାଜଭବନରୁ ନାଲ୍କୋ ଛକ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ସମୟ ଭିତରେ ସମ୍ମିଳନୀ ସ୍ଥଳକୁ ରାଷ୍ଟ୍ରପତିଙ୍କ କାର୍କେଡ୍ ଯିବ । ସେହିଦିନ ରାଷ୍ଟ୍ରପତି ଫେରିବା ପାଇଁ ନାଲ୍କୋ ଛକ-ରାଜଭବନ-ବିମାନବନ୍ଦର ରାସ୍ତାକୁ ଅପରାହ୍ଣ ୪ଟା ୫୦ ମିନିଟ୍ରୁ ୫ଟା ୨୫ ମିନିଟ୍ ଯାଏ ବନ୍ଦ କରାଯିବ ।

Leave a Reply

Your email address will not be published. Required fields are marked *