ନ୍ୟୁଜ ଡେକ୍ସ : ଗହଣା କିଣିବାକୁ ଯୋଜନା କରୁଥିଲେ ପ୍ରଥମେ ଆଜିର ସୁନା ଦର ସମ୍ପର୍କରେ ଜାଣି ନେବା ଜରୁରୀ। ଦେଶର ବିଭିନ୍ନ ସହରରେ ସୁନା ଦରରେ ସାମାନ୍ୟ ତଫାତ ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୪୮ ହଜାର ୫୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନାର ଦର ୧ ଲକ୍ଷ ୩୬ ହଜାର ୨୦୦ ଟଙ୍କାରେ ପହଞ୍ଚିଛି।ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧ ଲକ୍ଷ ୪୮ ହଜାର ୫୮୦ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧ ଲକ୍ଷ ୩୬ ହଜାର ୨୦୦ ଟଙ୍କା ରହିଛି।
ସେହିପରି ମୁମ୍ବାଇରେ ମଧ୍ୟ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନାର ଦର ଯଥାକ୍ରମେ ୧ ଲକ୍ଷ ୪୮ ହଜାର ୫୮୦ ଟଙ୍କା ଏବଂ ୧ ଲକ୍ଷ ୩୬ ହଜାର ୨୦୦ ଟଙ୍କା ରହିଛି।ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନାର ଦର ୧ ଲକ୍ଷ ୪୯ ହଜାର ୮୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନାର ଦର ୧ ଲକ୍ଷ ୩୬ ହଜାର ୩୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ଦର ସବୁଠାରୁ ଅଧିକ ରହିଛି। ସେଠାରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧ ଲକ୍ଷ ୫୦ ହଜାର ୫୫୦ ଟଙ୍କା ଏବଂ ୨୨ କ୍ୟାରେଟ ସୁନାର ମୂଲ୍ୟ ୧ ଲକ୍ଷ ୩୮ ହଜାର ଟଙ୍କା ରହିଛି।
ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୪ କ୍ୟାରେଟ ସୁନାର ଦର ୧ ଲକ୍ଷ ୪୮ ହଜାର ୫୮୦ ଟଙ୍କା ଏବଂ ୨୨ କ୍ୟାରେଟ ସୁନାର ଦର ୧ ଲକ୍ଷ ୩୬ ହଜାର ୨୦୦ ଟଙ୍କା ରହିଛି।ଅନ୍ୟପଟେ ରୁପା ଦରରେ ମଧ୍ୟ ବୃଦ୍ଧି ଦେଖାଯାଇଛି। ଆଜି ରୁପାର ମୂଲ୍ୟ କିଲୋ ପିଛା ୨ ଲକ୍ଷ ୬୦ ହଜାର ଟଙ୍କାରେ ପହଞ୍ଚିଛି। ତେଣୁ ସୁନା କିମ୍ବା ରୁପା କିଣିବା ପୂର୍ବରୁ ବଜାର ଦର ଯାଞ୍ଚ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

