ନ୍ୟୁଜ ଡେସ୍କ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆଜି ସକାଳୁ ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚି ସେ ଚତୁର୍ଥ କ୍ବାଡ୍ ସମ୍ମିଳନୀରେ ଅଂଶଗ୍ରହଣ କରିବେ ଏବଂ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାରେ ଏକ କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ କରିବେ। ଏହି କ୍ବାଡ୍ ସମ୍ମିଳନୀକୁ ଆମେରିକା ରାଷ୍ଟ୍ରପତି ତାଙ୍କ ନିଜ ସହ ୱିଲମିଙ୍ଗଟନରେ ଆୟୋଜନ କରିଛନ୍ତି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆମେରିକାର ୱିଲମିଂଟନରେ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗ ଦେବେ। ରାଷ୍ଟ୍ରପତି ଜୋ ବାଇଡେନ ଏହି ଶିଖର ସମ୍ମିଳନୀର ଆୟୋଜନ କରିଛନ୍ତି। ତେବେ ଭାରତ ଚଳିତ ବର୍ଷ କ୍ୱାଡ୍ ଶିଖର ସମ୍ମିଳନୀ ଆୟୋଜନ କରିବାର ଥିଲା। କିନ୍ତୁ ଆମେରିକାର ଅନୁରୋଧ କ୍ରମେ ଭାରତ ୨୦୨୫ରେ ଏହି ଶିଖର ସମ୍ମିଳନୀ ଆୟୋଜନ କରିବ। ଶିଖର ସମ୍ମିଳନୀରେ ସାମିଲ ହୋଇଥିବା ସଦସ୍ୟ ଦେଶର ନେତାମାନେ କ୍ୱାଡର ଅଗ୍ରଗତିର ସମୀକ୍ଷା କରିବେ। ଏହି କ୍ବାଡ୍ ସମ୍ମିଳନୀ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆକୁ ନେଇ ଗଠିତ। ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଅନେକ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରି ପାରସ୍ପାରିକ ସ୍ବାର୍ଥ ପ୍ରସଂଗରେ ଆଲୋଚନା କରିବେ। ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ହେଉଛି ଆମେରିକାକୁ ୯ମ ଗସ୍ତ। ସେ ସେପ୍ଟେମ୍ବର ୨୩ ଯାଏଁ ଅମେରିକାରେ ରହିଛି। ଏହି ସମୟରେ ମୋଦି କ୍ୱାଡ୍ ନେତାଙ୍କ ସହ ଶିଖର ସମ୍ମିଳନୀରେ ଯୋଗ ଦେବେ। ଡେଲାଓ୍ୱେୟର ଓ୍ୱିଲମିଙ୍ଗଟନ୍ରେ ଏହି ସମ୍ମିଳନୀ ଆୟୋଜିତ ହେବ।