ନ୍ୟୁଜ ଡେକ୍ସ: ଅଯୋଧ୍ୟା ରାମ ମନ୍ଦିରକୁ ପୁରିଲା ବର୍ଷେ । ଅଯୋଧ୍ୟା ସହ ସାରା ଭାରତରେ ଆଜି ରାମଲାଲା ପ୍ରାଣ ପ୍ରତିଷ୍ଠା ବାର୍ଷିକ ଉତ୍ସବ ପାଳନ କରାଯାଉଛି । ତେବେ ଏହି ଅବସରରେ ଅଯୋଧ୍ୟାରେ ବିଶାଳ ଆୟୋଜନ କରାଯାଇଛି। ଆଜି ଠାରୁ ଆସନ୍ତା ୧୩ ଜାନୁଆରୀ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯିବ ।
ଦେଶର କୋଣ ଅନୁକୋଣରୁ ରାମ ଭକ୍ତ ମାନେ ଆସି ଏହି କାର୍ଯ୍ୟକ୍ରମ ଯୋଗଦେଇଛନ୍ତି । ମନ୍ଦିର ଟ୍ରଷ୍ଟ ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକ ଏବଂ ପ୍ରାୟ ୧୧୦ ଜଣ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହିବେ। ଏଥିରେ ମଣ୍ଡପ ଏବଂ ଯଜ୍ଞଶାଳାରେ ଶାସ୍ତ୍ରୀୟ ସାଂସ୍କୃତିକ ପ୍ରଦର୍ଶନ, ରୀତିନୀତି ଏବଂ ପ୍ରତିଦିନ ରାମ କଥା ପ୍ରବଚନ ପ୍ରଦର୍ଶିତ ହେବ।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି, “ଗତବର୍ଷ ପ୍ରାରମ୍ଭିକ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇପାରିନଥିବା ସାଧାରଣ ଲୋକଙ୍କୁ ଟ୍ରଷ୍ଟ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛି। ସେମାନଙ୍କୁ ଅଙ୍ଗଦ ତିଲାର ତିନି ଦିନର ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ଦିଆଯିବ।”
