ନ୍ୟୁଜ ଡେକ୍ସ: ଆସନ୍ତା ଜାନୁଆରୀ ୩୧ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ପ୍ରଥମ ଦିନରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେହିଦିନ ହିଁ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଏହାର ଦିନକ ପରେ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମଥର ପାଇଁ ବଜେଟ ଉପସ୍ଥାପନ କରିବେ।
କେନ୍ଦ୍ର ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦ୍ବିତୀୟ ସମ୍ପୂର୍ଣ୍ଣ ବଜେଟ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ ।ପରମ୍ପରା ଅନୁଯାୟୀ, ଜାନୁଆରୀ ୩୧ ତାରିଖରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନ ସହିତ ଆରମ୍ଭ ହେବ, ଯାହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ। ଏହା ପରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ।ଏହା ପରେ, ଫେବୃଆରୀ ୧ ରେ, ଅର୍ଥମନ୍ତ୍ରୀ ସୀତାରମଣ ତାଙ୍କର କ୍ରମାଗତ ଅଷ୍ଟମ ବଜେଟ୍ ଉପସ୍ଥାପନ କରିବେ। ଅଧିବେଶନର ପ୍ରଥମ ପର୍ୟ୍ୟାୟରେ ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କ ହେବ ଏବଂ ସଂସଦର ଉଭୟ ଗୃହରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ସହିତ ଶେଷ ହେବ।
ତେବେ ଏହି ସମୟରେ ଦରଦାମ ବୃଦ୍ଧି, ଚାଷୀ ଆନ୍ଦୋଳନ, ଆଦାନୀ ପ୍ରସଙ୍ଗ ଆଦିକୁ ନେଇ ବିରୋଧୀ ସରକାରଙ୍କୁ ଘେରି ପାରନ୍ତି। କାରଣ ଗତ ଶୀତ ଅଧିବେଶନରେ ମଧ୍ୟ ଏହି ସବୁ ପ୍ରସଙ୍ଗ ନେଇ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା। ଅଧିବେଶନ ଶେଷ ହେବାର ଦୁଇ ଦିନ ପୂର୍ବରୁ ସଂସଦ ବାହାରେ ବିଜେପି ଏବଂ କଂଗ୍ରେସ ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତି ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଯାହା ଚଳିତ ଥର ମଧ୍ୟ ଦେଖିବାକୁ ମିଳିପାରେ ।
