ନ୍ୟୁଜ ଡେକ୍ସ: କମିସନରେଟ ପୋଲିସର ନୂଆ ପଦକ୍ଷେପ । ଶୁକ୍ରବାର ସନ୍ଧ୍ୟାପୁ ଭୁବନେଶ୍ବରର ସହରରେ ଭାରୀ ଯାନ ପ୍ରବେଶ କକରିପାରିବ ନାହିଁ । ସହର ଭିତରେ ଟ୍ରାଫିକ ଭିଡକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଜାରି ହୋଇଛି ନିର୍ଦ୍ଦେଶନାମା- ଟ୍ରାଫିକ ପୋଲିସ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ସନ୍ଧ୍ୟା 5ଟାରୁ ରାତି 10 ଟା ଯାଏଁ କୌଣସି ଭାରୀଯାନ ପ୍ରବେଶ କରିପାରିବ ନାହିଁ ।କଟକଣା ସମୟରେ ଖୋର୍ଦ୍ଧା ପଟୁ କଟକ ଆସୁଥିବା ଭାରୀ ଯାନ ଯଥା ଟ୍ରକ ଓ ଟ୍ରେଲର ପିତାପଲ୍ଲୀ ଛକଠାରୁ ଭୁବନେଶ୍ବର ଭିତରକୁ ଆସିପାରିବେ ନାହିଁ।
ସେହି ଯାନ ଗୁଡିକ ପିତାପଲ୍ଲୀ ଛକଠାରୁ ଚନ୍ଦକା ଛକ ଦେଇ କଟକ ଯାଇପାରିବେ।ସେହିପରି ମଞ୍ଚେଶ୍ବର ଶିଳ୍ପାଞ୍ଚଳ ପଟୁ କୌଣସି ପ୍ରକାରର ଭାରୀ ଯାନ ରସୁଲଗଡ ଛକ ଆଡକୁ ଆସିପାରିବ ନାହିଁ। ଏହି ନିୟମ ଖିଲାପ କଲେ ୫୦୦ ଟଙ୍କା କିମ୍ବା ସର୍ବାଧିକ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କମିଶନର ନିର୍ଦେଶ ଦେଇଛନ୍ତି।
