Fri. Apr 17th, 2026

ନ୍ୟୁଜ ଡେକ୍ସ: ମାଘ ମାସରୁ ରାଜ୍ୟରେ ଅନୁଭୂତ ହେଲାଣି ଖରା ତାତି। ବିଭିନ୍ନ ସ୍ଥାନରେ ବଢ଼ିଲାଣି ପାରଦ। ମାଘ ମାସରେ ବାଘ ଭଳି ଶୀତ ପରିବର୍ତ୍ତେ ଡରାଇଲାଣି ଗ୍ରୀଷ୍ମ ପ୍ରବାହ। ଯାହାକୁ ନେଇ ଚିନ୍ତାରେ ପଡିଲେଣି ଲୋକେ।

ଯଦି ଜାନୁଆରୀରୁ ଏଭଳି ଖରା ହୁଏ, ତାହାଲେ ବୈଶାଖ ମାସରେ ପରିସ୍ଥିତି କ’ଣ ହେବ ତାହା ଏବେଠୁ ଅନୁମାନ କରିହେଉଛି। ଜାନୁୟାରୀ ମାସ ଶେଷ ନ ହେଉଣୁ ତାତି ଆରମ୍ଭ ହୋଇଗଲାଣି । ଟାଣ ଖରା ଯୋଗୁ ଦିନବେଳା ଗରମ ଅନୁଭୂତ ହେଉଛି । ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ତାପମାତ୍ରା ସର୍ବାଧିକ ୩୩.୮ ଡିଗ୍ରୀ ରେକର୍ଡ ହୋଇଛି । ସମ୍ବଲପୁରରେ ୩୩.୪, ସୁନ୍ଦରଗଡ଼ରେ ୩୩.୨, ଟିଟିଲାଗଡ଼ରେ ୩୩, ମାଲକାନଗିରିରେ ୩୨.୬, ଭବାନୀପାଟଣା, ସୋନପୁର ଓ ବରଗଡ଼ରେ ୩୨.୫, ଭୁବନେଶ୍ୱରରେ ୩୨.୪, ଅନୁଗୁଳରେ ତାପମାତ୍ରା ୩୨.୩ ଡିଗ୍ରୀ ରେକର୍ଡ ହୋଇଛି ।

ବୁଧବାର ରାତିରେ ଜି ଉଦୟଗିରିରେ ପାରଦ ସବୁଠୁ କମ୍ ବା ୬.୫ ଡିଗ୍ରୀ ଥିଲା । ସିମିଳିଗୁଡ଼ାରେ ୯, ଫୁଲବାଣୀରେ ୧୦ ଡିଗ୍ରୀ, କୋରାପୁଟ ଓ ରାଉରକେଲା ଓ ଦାରିଙ୍ଗିବାଡ଼ିରେ ୧୧, ଝାରସୁଗୁଡ଼ାରେ ୧୧.୬, ଭବାନୀପାଟଣାରେ ୧୨.୨, ବୌଦ୍ଧରେ ୧୨.୫ ଓ ରାୟଗଡ଼ାରେ ରାତି ତାପମାତ୍ରା ୧୩.୬ଡିଗ୍ରୀ ରହିଥିଲା ।

Leave a Reply

Your email address will not be published. Required fields are marked *