Thu. Oct 23rd, 2025

ନ୍ୟୁଜ ଡେକ୍ସ: ଏବେ ସାରା ଦେଶରେ ଚିନ୍ତା ଘାରିଲାଣି GBS । କରୋନା, HMPV ପରେ ଏବେ ଆଉ ଏକ ବିରଳ ସ୍ନାୟୁ ରୋଗ Guillain-Barre-Syndrome ବା ଜିବିଏସ୍ । ଏହି ସଂକ୍ରମଣ ମାମଲାରେ ପୁଣେରେ ପ୍ରଥମ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏ ପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୬୭ ରୋଗୀ । ଚିହ୍ନଟ ପରେ ଦେଶବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ରୋକିବାକୁ କୌଣସି ନିର୍ଦ୍ଦିଷ୍ଟ ମେଡିସିନ ବାହାରି ନାହିଁ।

କେବଳ ଲକ୍ଷଣ ବନ୍ଦ ପାଇଁ ଡାକ୍ତରମାନେ ଚିକିତ୍ସା କରୁଛନ୍ତି। ବୁଧବାର (ଜାନୁଆରୀ ୨୨) ଦିନ ମହାରାଷ୍ଟ୍ରର ପୁନେରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ (ଜିବିଏସ)ର ୩୫ଟି ନୂତନ ମାମଲା ରିପୋର୍ଟ ହୋଇଛି। ଗୋଟିଏ ଦିନ ପୂର୍ବରୁ ୨୪ ଟି ସନ୍ଦିଗ୍ଧ ମାମଲା ରିପୋର୍ଟ ହେବା ପରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଛି। ରୋଗର କାରଣ ଖୋଜିବାକୁ ଗଠନ ହୋଇଛି ସ୍ବତନ୍ତ୍ର ଟିମ୍‌ । କହିରଖୁ କି, ଜିବିଏସ୍ ଅଟୋଇମ୍ୟୁନ୍ ଏକ ପ୍ରକାର ସଂକ୍ରମଣ ରୋଗ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଏ । ମାଂସପେଶୀରେ ଦୁର୍ବଳତା, ଶରୀରରେ ଝିମ୍ଝିମ୍ ହେବା, ଶରୀରର ସନ୍ତୁଳନ ବିଗିଡ଼ିବା ଓ ପକ୍ଷାଘାତର କାରଣ ସାଜେ ।

ସ୍ୱାସ୍ଥ୍ୟ ବିଭାଗର କରିବାନୁସାରେ, ପୁଣେର ଗ୍ରାମାଞ୍ଚଳରେ ୩୯, ମନପାରେ ୧୩, ପିମ୍ପରି ଚିଞ୍ଚୱଡ଼ରେ ମନପାରେ ୧୨ ଓ ୩ ଜଣ ଅନ୍ୟ ଜିଲ୍ଲାରୁ ସଂକ୍ରମିତ ହୋଇଛନ୍ତି । ସେହିପରି ଏଥିରେ ୪୩ ଜଣ ପୁରୁଷ ଓ ୨୪ ଜଣ ମହିଳା ସାମିଲ । ଏମାନଙ୍କ ମଧ୍ୟରୁ ୧୩ ଜଣ ସଂକ୍ରମିତଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ୧୯ ବର୍ଷ ଭିତରେ ୩୩ ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ରୁ ୮୦ ବର୍ଷ ମଧ୍ୟରେ ମୋଟ୍ ୩୪ ଜଣ ସଂକ୍ରମିତ ରୋଗୀ ଅଛନ୍ତି ।

Leave a Reply

Your email address will not be published. Required fields are marked *