Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜ୍ୟରେ ଆହୁରି ୨ ଦିନ ଘନ ଘନ କୁହୁଡି଼ ଦେଖାଦେବ। ଆଜି ବିଶେଷକରି, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଂଜାମ, ଗଜପତି, କଳାହାଣ୍ତି, କନ୍ଧମାଳ ଓ ସୁନ୍ଦରଗଡ ଜିଲ୍ଲାରେ ଘନ କୁହୁଡି଼ ଦେଖାଦେବ।

ସୋମବାର ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ରେ ଘନ କୁହୁଡ଼ି ରହିବ । ସେମିଳିଗୁଡ଼ାରେ ରାତି ତାପମାତ୍ରା ସବୁଠୁ କମ୍ ୧୦.୫ ଡିଗ୍ରୀ ଥିଲା । ଫୁଲବାଣୀରେ ୧୧.୫ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୧୩ ଓ କୋରାପୁଟରେ ୧୩.୫ ଡିଗ୍ରୀ ଥିଲା । ଅନ୍ୟପଟେ ମାଘ ମାସରେ ରାଜ୍ୟରୁ ଶୀତ ଗାଏବ ହୋଇଥିବା ବେଳେ ଟାଣ ଖରା ଆରମ୍ଭ ହୋଇ ଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ପଶ୍ଚିମା ବାୟୁ ପ୍ରଭାବରେ ୩୧ ଓ ୧ ତାରିଖ ବେଳକୁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କଟକ, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *