Thu. Oct 23rd, 2025

ନ୍ୟୁଜ ଡେକ୍ସ: ମହାକୁମ୍ଭରେ ପୁଣି ଥରେ ଗୁରୁବାର ଦ୍ୱିପ୍ରହରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏକ ଡର୍ଜନରୁ ଅଧିକ ଟେଣ୍ଟ ଜଳି ଯାଇଛି। ଏହିଥର ଛତନାଗ ଘାଟ ନାଗେଶ୍ୱର ଘାଟ ସିକ୍ଟର ୨୨ର ନିକଟରେ ଟେଣ୍ଟ ସିଟିରେ ନିଆଁ ଲାଗିଛି। ଏବେ କାହାର ହତାହତ ହେବାର ଖବର ଆସି ନାହିଁ।

ଅଗ୍ନିଶମ ବିଭାଗର ଗାଡ଼ି ନିଆଁ ଲିଭାଇବାରେ ଲାଗିଛି। ତେବେ ନିଆଁ ଲାଗିବା ପରେ ଟେଣ୍ଟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। କଳେବଳେକୌଶଳେ କର୍ମଚାରୀମାନେ ଅଗ୍ନିକାଣ୍ଡସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଆୟତ୍ତ ହେଲା ବେଳକୁ ୧୫ଟି ଟେଣ୍ଟ ଜଳି ପାଉଁଶ ହୋଇଯାଇଥିଲା । ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କାହାକୁ କିଛି କ୍ଷତି ପହଞ୍ଚି ନାହିଁ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ପ୍ରମୋଦ ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି।

ଏହା ପୂର୍ବରୁ ବୁଧବାର ମଧ୍ୟ ମହାକୁମ୍ଭରେ ବଡ଼ ଦୁର୍ଘଟଣା ଘଟି ଥିଲା। ମୌନି ଅମାବାସ୍ୟା ଅବସରରେ ଏଠାରେ ଦଳାଚକଟାରେ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ପାଖାପାଖି ୬୦ ଜଣ ଲୋକ ଆହତ ଅଛନ୍ତି। ୩୬ଜଣଙ୍କର ଚିକିତ୍ସା ମେଡିକାଲ କଲେଜ୍ରେ ହିଁ ଚାଲୁଛି।ପ୍ରଶାସନ ଅନୁସାରେ ଭିଡ଼ ବଢିବା କାରଣରୁ ଦୁର୍ଘଟଣା ହୋଇଥିଲା। ଭିଡ଼ ବ୍ୟାରିକେଡିଂ ଭାଙ୍ଗି ଦେଇଥିଲା ଏବଂ ସଙ୍ଗମ କୂଳରେ ଶୋଇଥିବା ଲୋକଙ୍କ ଉପରେ ଭିଡ଼ ଚଢି ଯାଇଥିଲା।

Leave a Reply

Your email address will not be published. Required fields are marked *