Sat. Feb 21st, 2026

ନ୍ୟୁଜ ଡେସ୍କ: ରବିବାର ଅର୍ଥାତ୍ ୨୨ ସେପ୍ଟେମ୍ୱରରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ପ୍ରଥମ ଥର ଲାଗି ସେ ଜିଲ୍ଲା ଗସ୍ତ କରିବେ ।

ରାଜ୍ୟ ସରକାରଙ୍କର ୧୦୦ ଦିନ ପୁର୍ତ୍ତି ଅବସରରେ ସ୍ଥାନୀୟ ଛଉ ପଡ଼ିଆରେ ଆୟୋଜନ ହେବାକୁ ଥିବା ବିକାଶ ମେଳାରେ ଯୋଗଦେଇ ମେଳାକୁ ଉଦଘାଟନ କରିବା ସହ ଏକ ସାଧାରଣ ସଭାରେ ଜନତାଙ୍କୁ ଉଦ୍‌ବୋଧନ ଦେବେ। ଏଥିପାଇଁ ଜିଲ୍ଲା ପ୍ରଶାସନରେ ତତ୍ପରତା ଦେଖାଯାଇଛି। ଜିଲ୍ଲା ସଦର ମହକୁମା ବାରିପଦା ଛଉ ପଡ଼ିଆ ଠାରେ ଆୟୋଜିତ ବିକାଶ ମେଳାର ଶୁଭ ଉଦ୍ଘାଟନ କରିବେ । ଏଥିସହ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଛଉ ପଡ଼ିଆରେ ବିକାଶ ମେଳା ନିମନ୍ତେ ସମସ୍ତ ଆୟୋଜନ ସରିଛି ।

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ ପାଇଁ ରିଜର୍ଭ ପୁଲିସ ପରେଡ ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ ସରିଛି। ବିକାଶ ମେଳାର ଆୟୋଜନ ଓ ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ହେମକାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଏସ୍. ସୁଶ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *