ନ୍ୟୁଜ ଡେକ୍ସ: ବଜେଟ୍ କାଉଣ୍ଟଡାଉନ୍ । ଆଉ ଗୋଟିଏ ଘଣ୍ଟାର ଅପେକ୍ଷା । ଖୋଲିବ ବଜେଟ୍ ପେଡି । ଆର୍ଥିକ ବର୍ଷ ୨୦୨୫-୨୬ର ବଜେଟ୍ ଉପସ୍ଥାପିତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜକୋଷର ହିସାବ ଦେବେ ନିର୍ମଳା । ବଜେଟ ବ୍ୟତୀତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶାଢୀକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥାଏ । ପ୍ରତିବର୍ଷ ବଜେଟ ଉପସ୍ଥାପନ ଦିନ ସେ ପିନ୍ଧିଥିବା ଶାଢୀର ସ୍ବତନ୍ତ୍ରତା ରହିଥାଏ ।
ଅର୍ଥମନ୍ତ୍ରୀ ନିର୍ମଳା ବଜେଟ ଉପସ୍ଥାପନ କରିବାବେଳେ ପ୍ରତିଥର ବିଶେଷ ଶାଢିରେ ନଜର ଆସନ୍ତି। ପ୍ରତି ଥର ନିର୍ମଳା ବଜେଟ ସମୟରେ ପିନ୍ଧିଥିବା ଶାଢୀକୁ ନେଇ ଚର୍ଚ୍ଚା ହୋଇଥାଏ। ସେ ନିଜ ଶାଢୀ ମାଧ୍ୟମରେ ବାର୍ତ୍ତା ଦେଇଥାନ୍ତି। ଚଳିତ ବଜେଟ ପାଇଁ ସେ ଧଳା ରଙ୍ଗର ଶାଢିରେ ଏବଂ ନାଲି ବ୍ଲାଉଜ୍ ପିନ୍ଧିଥିବା ନଜର ଆସିଛନ୍ତି। ଏହି ଶାଢ଼ିରେ ମଧୁବନୀ କଳା ଦୃଶ୍ୟମାନ ହେଉଛି।ବଜେଟ୍ ଦିନ ଏହି ଶାଢ଼ି ପିନ୍ଧି ଅର୍ଥମନ୍ତ୍ରୀ କେବଳ ମଧୁବନୀ କଳା ପ୍ରତି ତାଙ୍କର ସମ୍ମାନ ପ୍ରକାଶ କରିନଥିଲେ, ବରଂ ତାଙ୍କର ଲକ୍ଷ୍ୟ ଏହି କଳାକୁ ପ୍ରୋତ୍ସାହିତ କରିବା। ଏହି ମଧୁବନୀ ଶାଢ଼ି ଦୁଲାରୀ ଦେବୀ ନିର୍ମଳା ସୀତାରମଣଙ୍କ ପାଇଁ ତିଆରି କରିଛନ୍ତି। ପଦ୍ମ ସମ୍ମାନରେ ସମ୍ମାନିତ ଦୁଲାରୀ ଦେବୀଙ୍କୁ ସମ୍ମାନ ଜଣାଇ ଏହି ଶାଢୀ ପିନ୍ଧିଛନ୍ତି ଅର୍ଥମନ୍ତ୍ରୀ ।୨୦୨୧ରେ ଦୁଲାରୀ ଦେବୀଙ୍କ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମିଥିଳା ଆର୍ଟ ଇନଷ୍ଟିଚ୍ୟୁଟରେ ଏକ କ୍ରେଡିଟ ଆଉଟରିଚ କର୍ମଶାଳାରେ ଯୋଗ ଦେବାକୁ ମଧୁବନୀ ଯାଇଥିଲେ । ସେହି ସମୟରେ ପଦ୍ମଶ୍ରୀ ଦୁଲାରୀ ଦେବୀଙ୍କୁ ଭେଟିଥିଲେ । ବିହାରର ମଧୁବନୀ କଳା ଉପରେ ଆଲୋଚନା କରିଥିଲେ । ଏହି ସମୟରେ ଦୁଲାରୀ ଦେବୀ ଅର୍ଥମନ୍ତ୍ରୀଙ୍କୁ ଏହି ଶାଢୀ ଉପହାରରେ ଦେଇଥିଲେ । ବଜେଟ ଦିନ ଏହି ଶାଢିକୁ ପିନ୍ଧିବାକୁ ଅନୁରୋଧ କରିଥିଲେ । କଥା ରଖି ଶାଢୀ ପିନ୍ଧିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ଏହି ସମୟରେ, ମଧୁବନୀ କଳା ଉପରେ ଉଭୟଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ହୋଇଥିଲା। ଏହା ପରେ, ଦୁଲାରୀ ଦେବୀ ଅର୍ଥମନ୍ତ୍ରୀଙ୍କୁ ଏହି ସ୍ୱତନ୍ତ୍ର ଶାଢ଼ି ଉପହାର ଦେଇଥିଲେ। ଦୁଲାରୀ ଦେବୀ ମଧ୍ୟ ବଜେଟ୍ ଦିନ ଏହାକୁ ପିନ୍ଧିବାକୁ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।
