ନ୍ୟୁଜ ଡେକ୍ସ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଉପ ରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଆତିଶୀ ଇସ୍ତଫା ଦେଇଛନ୍ତି। ସେପଟେ ବିଜେପି ସରକାର ଗଢିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ।
ସୂଚନ ଅନୁସାରେ, ଦିଲ୍ଲୀର ରାଜଭବନରେ ପହଞ୍ଚି ଉପରାଜ୍ୟପାଳଙ୍କୁ ଭେଟି ଆତିଶୀ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଗତକାଲିର ନିର୍ବାଚନ ଫଳାଫଳରେ ଦିଲ୍ଲୀ ବିଧାନସଭାର ୭୦ ଆସନରୁ ବିଜେପିକୁ ୪୮ ଏବଂ ଆମ୍ ଆଦମି ପାର୍ଟି ୨୨ ସିଟ୍ ମିଳିଛି । ଆତିଶୀ କାଲକାଜୀ ବିଧାନସଭା ସିଟରୁ ବିଜେପି ପ୍ରାର୍ଥୀ ରମେଶ ବିଧୁରିଙ୍କୁ ୩୫୦୦ରୁ ଅଧିକ ଭୋଟରେ ହରାଇ ବିଜୟ ଲାଭ କରିଛନ୍ତି ।
ସେପଟେ ବହୁମତ ହାସଲ କରିବା ପରେ ଏବେ ଦିଲ୍ଲୀ ସିଂହାସନ କି ଅକ୍ତିଆର ସେ ନେଇ ଲାଗିଛି ଚର୍ଚ୍ଚା । ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଜଣା ପଡିନଥିବା ବେଳେ ଆଜି ସନ୍ଧ୍ୟାରେ ଦିଲ୍ଳୀ ବିଜେପି ଅଧ୍ୟକ୍ଷ ସମସ୍ତ ଜିତିଥିବା ବିଧାୟକଙ୍କୁ ସାକ୍ଷାତ କରିବେ । ତେବେ ମୋଦୀ ବିଦେଶ ଗସ୍ତରୁ ଫେରିବା ପରେ ଶପଥ ଉତ୍ସବ କାର୍ଯ୍ୟକ୍ରମ ହେବାର ସୂଚନା ମିଳିଛି ।
