Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକାତା ଦୁର୍ଗାପୁର ଏକ୍ସପ୍ରେସ ୱେ’ରେ ଘଟିଛି ଏହି ଦୁର୍ଘଟଣା । କିନ୍ତୁ ଆସ୍ୱସ୍ତିକର ଖବର ଏହାm ଯେ, ଏତେ ବଡ଼ ଦୁର୍ଘଟଣାରେ ଗାଙ୍ଗୁଲିଙ୍କୁ କୌଣସି ଆଘାତ ଲାଗି ନ ଥିବା କୁହାଯାଉଛି ।

ବର୍ଧମାନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସୌରଭ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।ସୂଚନା ଅନୁସାରେ ସୌରଭ ଗାଙ୍ଗୁଲି ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ବର୍ଦ୍ଧମାନ ଯାଉଥିଲେ। ଦୁର୍ଗାପୁର ଏକ୍ସପ୍ରେସୱେର ଦାଦୁପୁର ନିକଟରେ ହଠାତ୍ ତାଙ୍କ କାର୍ ସାମ୍ନାରେ ଏକ ଟ୍ରକ୍ ଆସିଗଲା। ତାଙ୍କ ଡ୍ରାଇଭର ହଠାତ୍ ବ୍ରେକ୍ ମାରିବାରୁ ପଛରେ ଥିବା କାରଗୁଡ଼ିକ ପରସ୍ପର ସହିତ ଧକ୍କା ହୋଇଗଲେ।

ଏହି ଗାଡ଼ିଗୁଡ଼ିକ ମଧ୍ୟରୁ ଗୋଟିଏ ସୌରଭ ଗାଙ୍ଗୁଲିଙ୍କ ଗାଡ଼ି ସହିତ ଧକ୍କା ହୋଇଥିଲା।ଏହି ଦୁର୍ଘଟଣାରେ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ସହ ଥିବା କେହି ଆହତ ହୋଇ ନଥିଲେ, କିନ୍ତୁ ସେମାନଙ୍କୁ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ରାସ୍ତାରେ ରହିବାକୁ ପଡିଲା। ଏହି ଦୁର୍ଘଟଣାରେ ଦୁଇଟି ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାସ୍ଥଳରେ କିଛି ସମୟ ରହିବା ପରେ, ସେ ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ଫେରିଗଲେ।

Leave a Reply

Your email address will not be published. Required fields are marked *