ନ୍ୟୁଜ ଡେକ୍ସ: ଓଡ଼ିଶାରେ ଭୂକମ୍ପ ଝଟକା। ରାଜ୍ୟର ବିଭିନ୍ନ ସ୍ଥାନରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନ ଅନୁଭୂତ ହୋଇଛି। ବଙ୍ଗୋପସାଗରେ ରହିଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରହିଛି। ୨ ରୁ ୩ ସେକେଣ୍ଡ ଯାଏଁ ଝଟକା ଅନୁଭୂତ ଥିଲା ।
ଘରର ଆସବାପତ୍ର ଥରିବାକୁ ଲାଗିଥିଲା । ବଙ୍ଗୋପସାଗରରେ ୯୧କିମି ତଳେ ଭୂକମ୍ପର କେନ୍ଦ୍ରସ୍ଥଳ ରହିିଛି ।ଭୁବନେଶ୍ବର ସମେତ ପୁରୀ, ପାରାଦ୍ବୀପ, ବାଲେଶ୍ବର, ବାରିପଦା ଓ ବ୍ରହ୍ମପୁରର କିଛି ସ୍ଥାନରେ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ସମୁଦ୍ର ମଧ୍ୟରେ ହୋଇଥିବାରୁ କିଛି କ୍ଷୟକ୍ଷତି ହୋଇନାହିଁ । ଭୁବନେଶ୍ବରରୁ ୨୯୭କିମି ଦୂରରେ ଭୂମିକମ୍ପ କେନ୍ଦ୍ରସ୍ଥଳ ରହିଛି । ପୁରୀରୁ ୨୮୬ କିମି ଓ ବ୍ରହ୍ମପୁରରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି ।
ଭାରତ ଓ ବାଂଲାଦେଶ ମଧ୍ୟରେ ଭୂମିକମ୍ପ ପ୍ରଭାବ ଅନୁଭୂତ ହୋଇଛି । ସେପଟେ ପଶ୍ଚିମବଙ୍ଗ ମଧ୍ୟ ୫.୧ତୀବ୍ରତାର ଭୂକମ୍ପ ଝଟକା ଲାଗିଛି । ୨ରୁ ୩ ସେକେଣ୍ଡ ଯାଏଁ ପ୍ରଭାବ ଅନୁଭୂତ ହୋଇଥିଲା। ବଙ୍ଗୋପାସାଗରରେ ରହିଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ। ଓଡ଼ିଶାର ପୂର୍ବ ଉପକୂଳର ୯୧ କିମି ସମୁଦ୍ର ଭିତରେ କେନ୍ଦ୍ରସ୍ଥଳ ରହିଛି। ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।
