ନ୍ୟୁଜ ଡେକ୍ସ: ବାହା ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଗୋଆରେ ହେବ ଡେଷ୍ଟିନେସନ ୱେଡିଂ। ଆସନ୍ତା ୧୨ ତାରିଖରେ ଗୋଆସ୍ଥିତ ପାଞ୍ଜିମରେ ତାଙ୍କ ବିବାହ ଉତ୍ସବର ଆୟୋଜନ କରାଯାଇଛି। ଏନେଇ ନିଜେ ସୂଚନା ଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ ।
ସେ କାହାକୁ ବାହା ହେବାକୁ ଯାଉଛନ୍ତି ଏ ନେଇ କିଛି ଜଣାପଡି ନାହିଁ। ପ୍ରଦୀପ ମାଝୀ ଓ ତାଙ୍କ ଅତି ଘନିଷ୍ଠ ୩୦ ରୁ ୩୫ ଲୋକ ହିଁ ବିବାହ ଉତ୍ସବରେ ଯୋଗ ଦେବେ।ପ୍ରଦୀପ ମାଝିଙ୍କ ଘନିଷ୍ଠମାନେ ମଙ୍ଗଳବାର ଗୋଆ ଅଭିମୁଖେ ବାହାରିବେ l ଏହି ବିବାହକୁ ପ୍ରଦୀପ ମାଝୀ ଅତି ଗୋପନୀୟ ରଖିଛନ୍ତି l ଅବଶ୍ୟ ବିବାହ ସମ୍ପନ୍ନ ହେବାପରେ ନବରଙ୍ଗପୁର ଫେରିଲେ ବିବାହ ରିସେପସନ ପାର୍ଟି ଦେବେ ବୋଲି ନବରଙ୍ଗପୁରରେ ଚର୍ଚ୍ଚା ହେଉଛି l
ପ୍ରଦୀପ ମାଝିଙ୍କ ବୟସ ଏବେ ୪୯ ବର୍ଷ। ନବରଙ୍ଗପୁରର ସେ କଂଗ୍ରେସ ସାସଂଦ ଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ। ନବରଙ୍ଗପୁରରୁ ବିଜେଡି ସାଂସଦ ପ୍ରାର୍ଥୀ ହୋଇ ସେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝିଙ୍କଠାରୁ ହାରିଯାଇଥିଲେ।
