Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡିକ ସକାଳୁଆ କରିବା ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ଆଲୋଚନା କରାଯାଇ ସମ୍ଭାବ୍ୟ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

କେବେ ସକାଳୁଆ ସ୍କୁଲ୍‌ ହେବ ସେନେଇ ରାଜସ୍ବ ବିଭାଗ ସହ ଆଲୋଚନା ହେବ । ଆଲୋଚନା ହେବା ପରେ ଏହା ଉପରେ ନିଶ୍ଚୟ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ମନ୍ତ୍ରୀ । ସୂଚନା ଅନୁସାରେ, ରାଜ୍ୟରେ ଉପର ମୁହାଁ ପାରଦ । ରେକର୍ଡ ଭାଙ୍ଗୁଛି ତାତି । ତାତିର ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟରେ ଖୁବ ଶୀଘ୍ର ସକାଳୁଆ ସ୍କୁଲ ହେବ । ମାର୍ଚ୍ଚ ମାସ ଶେଷ ନ ହଉଣୁ ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ଗ୍ରୀଷ୍ମ ପ୍ରବାହ।

ଏପ୍ରିଲ ମେଁ ଠାରୁ ବି ଅଧିକ ଖରା ମାର୍ଚ୍ଚ ମାସରେ ଅନୁଭୂତ ହେଉଛି । ଏବେଠାରୁ ୪୧/୪୨ ଡିଗ୍ରୀ ପାରଦ ଛୁଇଁଲାଣି। ତେଣୁ ଖରାକୁ ଦୃଷ୍ଟିରେ ରଖି ସରକାର ସକାଳୁଆ ଛୁଟି ଘୋଷଣା କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଅନ୍ୟପଟେ ମାର୍ଚ୍ଚ ଅଧାରୁ ସାରା ରାଜ୍ୟରେ ନିଆଁ ବର୍ଷା ହେଉଛି । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *