Fri. Jun 5th, 2026

ନ୍ୟୁଜ ଡେକ୍ସ: ରାଜ୍ୟରେ କାହାର ହଠାତ୍‌ କଟାଯିବନି ରାସନ କାର୍ଡ। ସର୍ଭେ ପରେ କଟିବ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଡୋର ଟୁ ଡୋର ଭେରିଫିକେସନ ପରେ କାହାର କଟାଯିବ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଏବେ ସୁଦ୍ଧା ୩୦ ଲକ୍ଷ ୭୩୪ ଲୋକ E-KYC କରିନାହାନ୍ତି ।

୩୧ ମାର୍ଚ୍ଚ ପରେ ଜଣାପଡ଼ିବ କେତେ ଲୋକ E-KYC କରିନାହାନ୍ତି । ଏହାପରେ କାହିଁକି ହିତାଧିକାରୀ EKYC କରିନାହାନ୍ତି ଫିଲ୍ଡ ଭିଜିଟ୍ କରି ଦେଖିବେ ବିଭାଗୀୟ ଅଧିକାରୀ । ତେବେ ହଠାତ୍ କାହାର ରାସନ କାର୍ଡ କଟାଯିବନି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ସେହିପରି ୬ ଲକ୍ଷ ୩୫ ହଜାର ପୋର୍ଟାଲ ଜରିଆରେ ଆଗରୁ ଆବେଦନ କରିଛନ୍ତି ।

ଏବେ ସେମାନଙ୍କ ସର୍ଭେ ଚାଲିଥିବା ବେଳେ ଏପ୍ରିଲ ୧୫ ସୁଦ୍ଧା ସର୍ଭେ କାମ ସରିବ । ତାପରେ ନୂଆ ରାସନ କାର୍ଡ ହିତାଧିକାରୀ ପାଇବେ । ସେହିପରି ନୂଆ ପୋର୍ଟାଲରେ ଏବେ ସୁଦ୍ଧା ୫୦ ହଜାର ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି । ସମ୍ପୂର୍ଣ୍ଣ ଆବେଦନ ସରିବା ପରେ ଏହାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *