Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ I ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ।

ସୂଚନା ଅନୁସାରେ, ଆଠମଲ୍ଲିକ କେନ୍ଦୁପାଟି ଗାଁର ଚରଣ ନାୟକ ନାମକ ଜଣେ ବ୍ୟକ୍ତି ତାଙ୍କ ପୂର୍ବ ପୁରୁଷ ଜମିର ପାର୍ଟିସନ ପାଇଁ ଆଠମଲ୍ଲିକ ତହାସିଲରେ ଆବେଦନ କରିଥିଲେ । ତେବେ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ ତାଙ୍କୁ ଏଥିପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଫଳରେ ବାଧ୍ୟ ହୋଇ ଚରଣ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ । ଅଭିଯୋଗକାରୀ ଚରଣ ନାୟକଙ୍କ କହିବା ଅନୁସାରେ, ଏହି କାମ ପାଇଁ ଦୀର୍ଘ ୬ ମାସ ହେଲା ଆଠମଲ୍ଲିକ ତହସିଲ ବିଭାଗ ତାଙ୍କୁ ଦଉଡାଉ ଥିଲେ ।

ତେବେ ପୂର୍ବ ଯୋଜନା ଅନୁସାରେ ଆଜି ଚରଣଙ୍କ ଠାରୁ ସତ୍ୟପ୍ରିୟ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରି ନେଇଥିଲା । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଭିଜିଲାନ୍ସ ବିଭାଗ ଅଧିକ ତଦନ୍ତ କରୁଛି । ସତ୍ୟପ୍ରିୟ ନାୟକଙ୍କ ଦୁଇଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ।

Leave a Reply

Your email address will not be published. Required fields are marked *