Fri. Apr 17th, 2026

ନ୍ୟୁଜ ଡେକ୍ସ: ଆସନ୍ତା ତିନି ଦିନ ନିଆଁର ବର୍ଷା। ଆଜିଠୁ ପୁଣି ଜାଳିବ ଖରା। ଜଳିବ ପଶ୍ଚିମ ଓଡ଼ିଶା। ଅସମ୍ଭାଳ ହେବ ତାତି। ଆଜିଠୁ ୩ ଦିନ ପାଇଁ ହିଟ ୱେଭ ୱାର୍ଣ୍ଣି । ବିଭିନ୍ନ ସ୍ଥାନରେ ୪୧ ଡିଗ୍ରୀ ଛୁଇଁବ ତାପମାତ୍ରା।

ଆଜି ୨ ଜିଲ୍ଲା ସମ୍ବଲପୁର ଓ ବୌଦ୍ଧକୁ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଶୁକ୍ରବାର ଦିନ ୨ଟା ୩୦ ମିନିଟ୍ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ଝାରସୁଗୁଡାରେ ୪୨.୨ ଡ଼ିଗ୍ରୀ, ସମ୍ବଲପୁରରେ ୪୧.୬ ଡ଼ିଗ୍ରୀ, ରାଉରକେଲାରେ ୪୦.୨ ଡ଼ିଗ୍ରୀ, ହୀରାକୁଦରେ ୪୦ ଡ଼ିଗ୍ରୀ, ଚାନ୍ଦବାଲିରେ ୩୯.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୯.୮ ଡ଼ିଗ୍ରୀ ଏବଂ କେନ୍ଦୁଝରରେ ୩୭.୬ ଡ଼ିଗ୍ରୀ ସେଲସିୟସ୍ ରହିଛି ।

ଆସନ୍ତା ୩ ଦିନ ମଧ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ତେବେ ୩୦ ତାରିଖ ପରେ ପାରଦ ୨ ଡିଗ୍ରୀ ଖସିପାରେ। ୨ ତାରିଖ ବେଳକୁ କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave a Reply

Your email address will not be published. Required fields are marked *