Sat. Feb 21st, 2026

ନ୍ୟୁଜ ଡେସ୍କ: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାରକୁ ନେଇ ବିବାଦ ମଧ୍ୟରେ ଆଉ ଜଣେ ଭକ୍ତ ଏକ ବଡ଼ ଦାବି କରିଛନ୍ତି । ତେଲେଙ୍ଗାନାର ଖମ୍ମାମ ଜିଲ୍ଲାର ଜଣେ ଭକ୍ତ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରର ପ୍ରସାଦକୁ ନେଇ ଉଦବେଗ୍‌ ପ୍ରକାଶ କରିଛନ୍ତି । ପ୍ରସାଦ ରୂପେ ବଣ୍ଟନ ହେଉଥିବା ଏହି ଲଡ଼ୁରେ ତମାଖୁ ମିଶୁଥିବା ନେଇ ଅଭିଯୋଗ ହୋଇଛି |

ତେବେ ସୂଚନା ମୁତାବକ, ତେଲେଙ୍ଗାନା ଖମାମ ଜିଲ୍ଲାର ଜଣେ ଭକ୍ତ ଏଭଳି କିଛି ଗୁରୁତର ଅଭିଯୋଗ ଆଣିଛନ୍ତି। ଡି. ପଦ୍ମାବତୀ ନାମକ ଜଣେ ମହିଳା ସେପ୍ଟେମ୍ବର ୧୯ ତାରିଖରେ ତରୁପତି ତିରୁମାଲା ମନ୍ଦିର ପରିଦର୍ଶନରେ ଯାଇଥିଲେ। ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ପବିତ୍ର ଲଡୁକୁ ସେ ନିଜ ପରିବାର ଓ ପଡୋଶୀ ସହ ବାଣ୍ଟିବା ପାଇଁ ଆଣିଥିଲେ। ସେଠାକାର ପ୍ରସାଦ ସେବନ କରିବା ବେଳେ ପଦ୍ମାବତୀ ଲଡୁରୁ ଗୁଟ୍‌ଖା ଖଣ୍ଡ ଓ କାଗଜ ପାଇଥିଲେ । ଯାହାପରେ ସେ ଏନେଇ ମସ୍ତଙ୍କୁ ଜଣାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହାସହିତ ଏହି ଘଟଣାରେ ପଦ୍ବାବତୀ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି ।

ପ୍ରସାଦରୁ ଏପରି ପ୍ରଦୂଷଣ ସାମଗ୍ରୀ ମିଳିବା ହୃଦୟ ବିଦାରକ ବୋଲି ସେ କହିଛନ୍ତି । ସେପଟେ ତିରୁମଲା ତିରୁପତି ଲଡ଼ୁରେ ଅପମିଶ୍ରଣକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ମୁହଁ ଖୋଲିଛି। ନମୁନାକୁ ଫୁଡ଼୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ (FSSAI)କୁ ପଠାଯାଇଛି। ରିପୋର୍ଟ ଆସିବା ପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ସଚିବ ନିଧି ଖାଡେ କହିଛନ୍ତି।

Leave a Reply

Your email address will not be published. Required fields are marked *