Wed. Jun 3rd, 2026
Screenshot

ନ୍ୟୁଜ ଡେକ୍ସ: ଶୁକ୍ରବାର ବିଳମ୍ବିତ ରାତିରେ ନିଃସନ୍ତାନ ଦମ୍ପତିଙ୍କ ଉଦ୍ଦେଶ୍ୟରେ ନିଲାମ କରାଯାଇଛି ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ମରିଚୀ କୁଣ୍ଡ ପାଣି । ଏଥର ଏହି ନିଲାମି ପକ୍ରିୟାରେ ପ୍ରାୟ ୧୦୦ ଦମ୍ପତି ଅଂଶ ଗ୍ରହଣ କରିଥିଲେ । ରାତିରେ ଏଠାକାର ପ୍ରଥମ ଗରା ପାଣି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ନୀତି ନିମନ୍ତେ ବଡୁ ନିଯୋଗ ସେବାୟତ ମାନେ ନେଇଥିଲେ । ରୁକୁଣା ରଥର ଅଭିଷେକ ପରେ ଶ୍ରୀ ଲିଙ୍ଗରାଜ ମନ୍ଦିରର ସେବକମାନଙ୍କ ଏକ ଦଳ ବଡୁ ନିଯୋଗ ଦ୍ୱାରା ଏହି ଜଳ ନିଲାମ କରାଯାଇଥିଲା।

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଚୈତ୍ର ମାସର ଶୁକ୍ଳ ପକ୍ଷ ସପ୍ତମୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ।ତେବେ କଟକ ଜିଲ୍ଲା ଦାମୋଦରପୁର ଅଞ୍ଚଳର ଏକ ଦମ୍ପତି – ଜିତେନ୍ଦ୍ର ମହାରଣା ଏବଂ ଜ୍ୟୋତ୍ସ୍ନାରାଣୀ ମହାରଣା ସର୍ବାଧିକ ମୂଲ୍ୟ ପ୍ରଦାନ କରି ଏହି ଜଳ କିଣିଛନ୍ତି। ବିଶ୍ୱାସ କରାଯାଏ ଯେ ଅଶୋକାଷ୍ଟମୀରେ ପବିତ୍ର ଜଳରେ ସ୍ନାନ କରିବା ଦ୍ୱାରା ଜଣେ ନିସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତ ହୋଇଥାଏ। ଅପରପକ୍ଷରେ ଏହି କୁଣ୍ଡ ଚାରିପାଖରେ ଅଶୋକ ଗଛ ଥିବାରୁ ଏହି ଜଳରେ ଔଷଧୀୟ ଗୁଣ ଥିବା ବିଶ୍ୱାସ କରାଯାଏ।

ସୂଚନାଯୋଗ୍ୟ ମରିଚୀ କୁଣ୍ଡ ପାଣିରେ ସ୍ନାନ କଲେ ନିଃସନ୍ତାନ ସନ୍ତାନପ୍ରାପ୍ତି କରିବା ବିଶ୍ୱାସ କାହିଁ କେଉଁ ଆବହମାନ କାଳରୁ ରହି ଆସିଛି । ତେଣୁ ପ୍ରତିବର୍ଷ ଅଶୋକାଷ୍ଟମୀ ପୂର୍ବ ରାତିରେ ଏହି ପବିତ୍ର ଜଳର ନିଲାମ ଡକାଯାଇଥାଏ ।ଶନିବାର ପବିତ୍ର ଅଶୋକାଷ୍ଟମୀ: ରଥାରୂଢ଼ ହେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳ ଗୋବିନ୍ଦ ଓ ରୁକ୍ମିଣୀ ।

Screenshot

Leave a Reply

Your email address will not be published. Required fields are marked *