Sat. Feb 21st, 2026

ନ୍ୟୁଜ ଡେକ୍ସ: ବରଗଡ଼ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ। ହଳଦୀପାଲି ଛକ ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ବୌଦ୍ଧ ଜିଲ୍ଲାରୁ ରାୟପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବରଗଡ଼ ଟାଉନ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗଞ୍ଜେଇ ବେପାରୀଙ୍କୁ ଧରିବା ପାଇଁ ପୋଲିସ ଛକି ବସିଥିଲା। ଶନିବାର ସକାଳେ ହଳଦୀପାଲି ଛକରେ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ସହ ବ୍ୟବହାର ହୋଇଥିବା ୨ଟି ଗାଡ଼ି ଓ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲାର ସଞ୍ଜିତ ଖଟୁଆ, ବିଶିଷ୍ଟ ପ୍ରଧାନ, ସୁଦାମ ବାଗ, ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳର ଦୀପକ୍ ଦୋରା।

Leave a Reply

Your email address will not be published. Required fields are marked *