Mon. Dec 23rd, 2024

ନ୍ୟୁଜ ଡେସ୍କ:ମଣ୍ଡି, ହିମାଚଳ ପ୍ରଦେଶର ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ବୟାନ ପାଇଁ ସର୍ବଦା ଖବର ଶୀର୍ଷରେ ଥାନ୍ତି। ସାଂସଦ ହେବା ପରେ କଙ୍ଗନା ନିଜର ବିବାଦୀୟ ବୟାନ ପାଇଁ ନିଜ ଦଳର ସମସ୍ୟାକୁ ଆହୁରୀ ବୃଦ୍ଧି କରାଉଛନ୍ତି। ବିଜେପି ସଭାପତି ଜେପି ନାଡ୍ଡା ମଧ୍ୟ ତାଙ୍କୁ ଏ ସମ୍ପର୍କରେ ଅନେକ ଥର ପରାମର୍ଶ ଦେଇଛନ୍ତି।

ତେବେ ଏହାକୁ ନେଇ ଚାପ ବଢ଼ିବାରୁ ସେ ଏବେ ମାରିଛନ୍ତି ୟୁ-ଟର୍ଣ୍ଣ। ଭିଡିଓ ଜାରି କରି ସଫେଇ ଦେବା ସହ ନିଜ ମତ ବଦଳାଇଛନ୍ତି | କୃଷି ଆଇନ୍‌କୁ ନେଇ ସେ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ଚାପ ବଢ଼ିବାରୁ ସେ ଏବେ ମାରିଛନ୍ତି ୟୁ-ଟର୍ଣ୍ଣ। ଭିଡିଓ ଜାରି କରି ସଫେଇ ଦେବା ସହ ନିଜ ମତ ବଦଳାଇଛନ୍ତି। ରଦ୍ଦ ହୋଇଥିବା ତିନି କୃଷି ଆଇନକୁ ପୁଣି ଥରେ ଲାଗୁ କରିବାକୁ ନେଇ ମଙ୍ଗଳବାର ବୟାନ ଦେଇଥିଲେ କଙ୍ଗନା। ତାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଥିଲା। ଚାରିଆଡୁ ତାଙ୍କୁ ଟାର୍ଗେଟ୍‌ କରାଯାଇଛି। ଏପରିକି ସେ ନିଜ ଦଳରେ ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି। ଏହାପରେ ସେ ଏବେ ଏକ ନୂଆ ଭିଡିଓ ଜାରି କରି ନିଜ ଶବ୍ଦ ଫେରାଇ ନେଉଥିବା କହିଛନ୍ତି।

ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ କଙ୍ଗନା କହିଛନ୍ତି ଯେ ‘ମୁଁ କୃଷି ଆଇନ ସମ୍ବନ୍ଧରେ ମୋ ଦଳ ସହ ଛିଡା ହୋଇଛି। ମୁଁ ମୋର ଶବ୍ଦଗୁଡିକୁ ଫେରାଇ ନେଉଛି। ଗତ କିଛି ଦିନ ହେବ ଗଣମାଧ୍ୟମ ମୋତେ କୃଷି ଆଇନ ଉପରେ ପ୍ରଶ୍ନ ପଚାରୁଥିଲା। ମୁଁ ପରାମର୍ଶ ଦେଇଥିଲି ଯେ କୃଷକମାନେ ପ୍ରଧାନମନ୍ତ୍ରୀଙ୍କୁ କୃଷି ଆଇନ ଫେରାଇ ଆଣିବା ପାଇଁ ଅନୁରୋଧ କରିବା ଉଚିତ୍। ମୋର ଏହି ବିବୃତ୍ତିରେ ଅନେକ ଲୋକ ନିରାଶ ହୋଇଛନ୍ତି।’

Leave a Reply

Your email address will not be published. Required fields are marked *